ନୂଆଦିଲ୍ଲୀ,୩।୩: ଚମ୍ପିଆନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଜୟ ଯାତ୍ରା ଜାରି ରହିଛି।  ଏହା ଭିତରେ କଂଗ୍ରେସ ନେତ୍ରୀ ଭାରତୀୟ କ୍ୟାପେଟନ୍ ରୋହିତ ଶର୍ମାଙ୍କ ବିରୋଧରେ ଦେଇଛନ୍ତି ବିବାଦୀୟ ବୟାନ। ସେ ରୋହିତାଙ୍କୁ ମୋଟା ବୋଲି କହିଛନ୍ତି। ଏହା ସହ ତାଙ୍କ କ୍ୟାପଟେନ୍‌ସିପ୍‌ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଆଇସିସି ଅର୍ଥାତ ଇଣ୍ଟର ନ୍ୟାସନାଲ କ୍ରିକେଟ କାଉନସିଲ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ରୋହିତଙ୍କ କ୍ୟାପଟେନ୍‌ସିପ୍‌ରେ ସବୁ ମ୍ୟାଚ୍‌ ଜିତିଛି। 

କଂଗ୍ରେସ ମୁଖପାତ୍ର ଡକ୍ଟର ଶାମା ମହମ୍ମଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ରୋହିତ ଶର୍ମାଙ୍କୁ ଜଣେ ଖେଳାଳି ଭାବରେ ଖୁବ୍ ମୋଟା। ତାଙ୍କୁ ଓଜନ କମ୍ କରିବା ଦରକାର। ଏହା ସହ ଭାରତୀୟ ଟିମ୍‌ର ଏପର୍ଯ୍ୟନ୍ତର ସବୁଠାରୁ ନିରାଶଜନକ କ୍ୟାପଟେନ୍ ଅଛନ୍ତି।’ ଅନ୍ୟ ଏକ ପୋଷ୍ଟରେ ସେ କହିଛନ୍ତି, ଗାଙ୍ଗୁଲି, ତେନ୍ଦୁଲକର, ଦ୍ରାଭିଡ୍, ଧୋନି, କୋହଲି, କପିଲ ଦେବ, ଶାସ୍ତ୍ରୀଙ୍କ ଭଳି ପୂର୍ବତନ ଖେଳାଳିଙ୍କ ତୁଳନାରେ ତାଙ୍କ ଭିତରେ ଏଭଳି କ’ଣ ବିଶ୍ବସ୍ତରୀୟ ରହିଛି ? ସେ ଜଣେ ଆଭରେଜ୍ କ୍ୟାପଟେନ୍ ସହ ଆଭରେଜ୍ ଖେଳାଳି। ତାଙ୍କ ଭାରତର କ୍ୟାପଟେନ୍ ହେବାର ସୌଭାଗ୍ୟ ମିଳିଛି।’

ବିଜେପି ଏହି ପ୍ରସଙ୍ଗରେ କଂଗ୍ରେସକୁ ଦୃଢ଼ ଭାବରେ ଘେରି ରହିଛି। ବିଜେପି ମହିଳା ନେତ୍ରୀ ରାଧିକା ଖେଡ଼ା ଲେଖିଛନ୍ତି ଯେ, କଂଗ୍ରେସ ପ୍ରବକ୍ତାଙ୍କ ଦ୍ୱାରା ରୋହିତ ଶର୍ମାଙ୍କ ବଡି ସେମିଂ କରିବା ଦୁଃସାହସ ।  କଂଗ୍ରେସ ଦଶନ୍ଧି ଧରି ଖେଳାଳିମାନଙ୍କ ଅପମାନ କରିଆସିଛି। ରାଧିକା ଆହୁରି ଲେଖିଛନ୍ତି ଯେ,ରୋହିତ ଶର୍ମା ବିଶ୍ୱ କପ ବିଜେତା କ୍ୟାପ୍ଟେନ।  । ଆପଣଙ୍କ ନେତା ରାହୁଲ ଗାନ୍ଧୀ ନିଜର ହିଁ ପାର୍ଟିକୁ ନିଜ ଅଧିନାୟକତ୍ୱରେ ପରିଚାଳନା କରିପାରୁନାହାନ୍ତି। ବିଜେପି ନେତା ପ୍ରଦୀପ ଭଣ୍ଡାରୀ ଏହି ପ୍ରସଙ୍ଗରେ କହିଛନ୍ତି ଯେ କଂଗ୍ରେସ ଦଳ ଏହି ବାର୍ତ୍ତା ଦେବାକୁ ଚାହୁଁଛି ଯେ ଦେଶ ପାଇଁ ଭଲ କରୁଥିବା ପ୍ରତ୍ୟେକ ଦେଶପ୍ରେମୀଙ୍କୁ କଂଗ୍ରେସ ବିରୋଧ କରିବ। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦେଶ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ନ୍ୟୁଜିଲ୍ୟାଣ୍ଡ ଦଳକୁ ପରାସ୍ତ କରିଛନ୍ତି, ଏହି କଥାରେ ସେମାନଙ୍କର ସମସ୍ୟା ଅଛି। ଏହା କଂଗ୍ରେସର ଦେଶପ୍ରେମ ଉପରେ ପ୍ରଶ୍ନ ଉଠାଉଛି। ଯେଉଁମାନେ ଭାରତକୁ ସମର୍ଥନ କରନ୍ତି, ଦେଶପ୍ରେମୀ ଏବଂ ଦେଶ ପାଇଁ ଭଲ କାମ କରନ୍ତି  କଂଗ୍ରେସ ଦଳ ସେମାନଙ୍କୁ ବିରୋଧ କରିବ। ଦେଶ ବିରୋଧିଙ୍କୁ କଂଗ୍ରେସ ସମର୍ଥନ କରିବ।

ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ଶମା ମହମ୍ମଦ କହିଛନ୍ତି ଯେ ଏହା ଖେଳାଳିଙ୍କ ଫିଟନେସ୍ ସମ୍ବନ୍ଧୀୟ ଏକ ସାଧାରଣ ଟ୍ୱିଟ୍ ଥିଲା। ତାହା ବଡି ସେମିଂ ନଥିଲା। ମୁଁ ବିଶ୍ୱାସ କରେ ଯେ ଖେଳାଳି ଫିଟ୍ ହେବା ଉଚିତ। ମୁଁ ଭାବୁଥିଲି ତାଙ୍କର ଓଜନ ଟିକେ ଅଧିକ ଥିଲା। ତେଣୁ ମୁଁ ଏହା ବିଷୟରେ ଟ୍ୱିଟ୍ କରିଥିଲି। କିନ୍ତୁ କୌଣସି କାରଣ ବିନା ଏହାକୁ ଅଯଥାରେ ବିବାଦୀୟ କରି ଦିଆଯାଉଛି। ଯେତେବେଳେ ମୁଁ ରୋହିତ ଶର୍ମାଙ୍କୁ ଅନ୍ୟ ଅଧିନାୟକଙ୍କ ସହ ତୁଳନା କରିବି, ମୁଁ ଏହା କହିବି। ମୋର ଏହା କହିବାର ଅଧିକାର ଅଛି। ଏହା ହେଉଛି ଗଣତନ୍ତ୍ର। ରୋହିତାଙ୍କ ବଡି ଶେମିଂ ବୟାନକୁ ନେଇ ବିବାଦ ପରେ ଏବେ ଶାମା ମହମ୍ମଦ ନିଜର ଟ୍ବିଟ୍ ଡିଲିଟ୍ କରିଛନ୍ତି। କଂଗ୍ରେସ ମୁଖପାତ୍ର ପବନ ଖେଡା କହିଛନ୍ତି, ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ଶାମା ମହମ୍ମଦ ଜଣେ କ୍ରିକେଟରଙ୍କୁ ଏଭଳି ମନ୍ତବ୍ୟ ଦେବା ପାର୍ଟିର ଚିନ୍ତାଧାରାକୁ ଦର୍ଶାଉ ନାହିଁ। ତାଙ୍କୁ ସୋସିଆଲ ମିଡିଆର ପୋଷ୍ଟକୁ ଡିଲିଟି କରିବାକୁ କୁହାଯାଇଛି। ଏହାଛଡା ଭବିଷ୍ୟତ ରେ ଏଭଳି ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସେପେଟ ଏହି ବିବାଦରେ ମୁହଁ ଖୋଲିଛନ୍ତି ଟିଏମ୍‌ସି ସାଂସଦ ସୌଗାତ ରୟ। ସେ କହିଛନ୍ତି, ଶାମା ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍। ସେ ରାଜନେତ୍ରୀ ହିସାବରେ ନୁହେଁ ଜଣେ ଦର୍ଶକ ହିସାବରେ କହିଛନ୍ତି। ରୋହିତ ନିଜ ଓଜନକୁ ନେଇ ଧ୍ୟାନ ଦେଉ ନାହାନ୍ତି। ଜସପ୍ରୀତ ବୁମରାହ ଓ ଶ୍ରେୟସ୍ ଆୟରଙ୍କ ଭଳି ଖେଳାଳି ଫିଟ୍ ଅଛନ୍ତି। ତାଙ୍କୁ କ୍ୟାପଟେନ୍ ହେବା ଦରକାର, ରୋହିତଙ୍କୁ ଟିମ୍‌ରେ ସ୍ଥାନ ମିଳିବା ଉଚିତ ନୁହେଁ।