ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ୟୁପିର ମହିଳାଙ୍କୁ ୟୁଏଇରେ ମିଳିଲା ଫାଶୀ, ୪ମାସର ଶିଶୁକୁ ହତ୍ୟା କରିବାର ଥିଲା ଅଭିଯୋଗ

Published By : Prameya | March 3, 2025 8:11 PM

ନୂଆଦିଲ୍ଲୀ,୩।୩: ୟୁଏଇର ରାଜଧାନୀ ଆବୁଧାବୀରେ ୪ ମାସର ଶିଶୁକୁ କଥିତ ହତ୍ୟା ମାମଲାରେ ଉତ୍ତର ପ୍ରଦେଶର ମହିଳାଙ୍କୁ ମିଳିଲା ଫାଶି। ୟୁପିର ଶହଜାଦି ଖାନ୍‌ଙ୍କୁ ୧୫ ଫେବୃଆରୀରେ ଫାଶୀ ଦିଆଯାଇଛି। ଝିଅର ଜୀବନ ରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟ ଆବେଦନ କରିଥିବା ମହିଳାଙ୍କ ବାପାଙ୍କୁ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଜଷ୍ଟିସ୍ ସଚିନ ଦତ୍ତ ଏହାକୁ ଖୁବ୍ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ବାନ୍ଦା ଜିଲ୍ଲାର ୩୩ ବର୍ଷୀୟ ମହିଳାଙ୍କ ଉପରେ ୪ ମାସର ଶିଶୁକୁ ହତ୍ୟା କରିବା ଅଭିଯୋଗରେ ଅବୁଧାବୀରେ ଫାଶୀ ଦଣ୍ଡ ଦିଆଯାଇଛି।

ଆଡିସନାଲ ସଲିସିଟର ଜେନେରାଲ ଚେତନ ଶର୍ମା କୋର୍ଟଙ୍କୁ କହିଛନ୍ତି, ମହିଳାଙ୍କୁ ୧୫ ଫେବୃଆରୀରେ ଫାଶୀ ଦିଆଯାଇଥିଲା। ତାଙ୍କର ଅନ୍ତିମ ସଂସ୍କାର ୫ ମାର୍ଚ୍ଚରେ ହେବ। ସରକାରଙ୍କ ପକ୍ଷରୁ ଏହି ସୂଚନା ଶେହଜାଦିଙ୍କ ବାପାଙ୍କୁ ଜଣାଇ ଦିଆଯାଇଛି। ଶହଜାଦି ଖାନ୍‌ଙ୍କୁ ୧୦ ଫେବୃଆରୀ ୨୦୨୩ ରେ ଆବୁଧାବୀ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ୩୧ ଜୁଲାଇ ୨୦୨୩ରେ ତାଙ୍କୁ ଫାଶୀ ସଜା ଶୁଣାଯାଇଥିଲା।ଶହଜାଦିଙ୍କ ବାପା ଶବୀର ଖାନ୍ କହିଛନ୍ତି, ତାଙ୍କ ଝିଅର ସ୍ଥିତିକୁ ନେଇ ଘୋର ଅନିଶ୍ଚିତତା ଲାଗି ରହିଥିଲା। ସ୍ଥିତି ଜାଣିବାକୁ ସେ ବାରମ୍ବାର ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଆବେଦନ କରିଥିଲେ। ହେଲେ ସବୁ ଚେଷ୍ଟା ବିଫଳ ହୋଇଥିଲା। ଶେହଜାଦିଙ୍କ ଉପରେ ଅଭିଯୋଗ ଥିଲା ସେ ତାଙ୍କ ନିଯୁକ୍ତିଦାତାଙ୍କ ୪ ମାସର ପୁଅକୁ ହତ୍ୟା କରିଛନ୍ତି। ତେବେ ତାଙ୍କ ବାପା କହିଛନ୍ତି, ମୋ ଝିଅକୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଗଲାନି। ଅପରାଧ ସ୍ବୀକାର କରିବାକୁ କେବଳ ଚାପ ପକାଗଲା, ଯେଉଁ କାରଣରୁ ତାଙ୍କୁ ଫାଶୀ ଦିଆଗଲା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.