ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

Israel: ଇସ୍ରାଏଲରେ ବୃଦ୍ଧି ପାଉଛି ହିଂସା; ଆତତାୟୀ ଚାଖୁମାଡରେ ୧ ମୃତ, ୪ ଆହାତ

Published By : Bijay Swain | March 3, 2025 6:47 PM

Image credit: amarujala

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଉତ୍ତରାଞ୍ଚଳରେ ଥିବା ହାଇଫା ସହରରେ ହିଂସା ଦେଖା ଦେଇଛି। ସୋମବାର ଏକ ଆତତାୟୀର ଚାଖୁ ମାଡରେ ଜଣେ ୬୦ ବର୍ଷ ବୟଷ୍କ ଲୋକଙ୍କ ମୃତ୍ୟୁ ହେବା ସହ ୪ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଘଟମା ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୋଲିସର ଗୁଳିମାଡରେ ଆତତାୟିର ମୃତ୍ୟୁ ହୋଇଥିବା ଜଣା ପଡିଛି। ତେବେ ଏହି ଚାଖୁମାଡ ଘଟଣାକୁ ପୋଲିସ ଆତଙ୍କବାଦି ଆକ୍ରମଣ ବୋଲି କହିଛି। 

ଗତ କିଛି ଦିନ ଭିତରେ ଇସ୍ରାଏଲରେ ଏହି ପରି ହିଂସ୍ରକ ଆକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି। କିଛି ଦିନ ତଳେ ଏକ ଚଳନ୍ତା କାର ପଥଚାରିମାନଙ୍କ ରାସ୍ତାକୁ ଧସେଇ ପଶି ରାସ୍ତାରେ ଯାଉଥିବା ଲୋକମାନଙ୍କ ଉପରେ ମାଡି ଯାଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମଧ୍ୟ ଆତଙ୍କବାଦି ହାତ ରହିଥିବା ନେଇ ପୋଲିସ ଅଭିଯୋଗ ଆଣିଥିଲା। 

ସୋମବାର ଘଟିଥିବା ଚାଖୁ ମାଡ ଘଟଣାରେ ଜଣେ ସୁରକ୍ଷା କର୍ମୀ ଓ ଜଣେ ସାଧାରଣ ନାଗରିକ ମିଶି ଉକ୍ତ ଆକ୍ରମଣକାରୀକୁ ଗୁଳିମାରି ହତ୍ୟା କରିଛନ୍ତି। ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଣକ ଏକ ଆରବ ନାଗରିକ ହୋଇଥିଲା ବେଳେ କିଛି ବର୍ଷ ପୂର୍ବେ ସେ ଇସ୍ରାଏଲି ନାଗରିକତ୍ୱ ଗ୍ରହଣ କରିଥିଲେ ବୋଲି ପୋଲିସ ସୂଚନା ପ୍ରଦାନ କରିଛି। 

ଅସ୍ତ୍ର ବିରତୀକୁ ନେଇ ଇସ୍ରାଏଲ ଓ ଗାଜା ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ଦେଇ ଗତି କରୁଥିବା ବେଳେ ଏହି ଆକ୍ରମଣ ଇସ୍ରାଏଲର ଚିନ୍ତା ବଢାଇଛି। ଅନ୍ୟପଟେ ଆତଙ୍କବାଦୀ ସଂଗଠନ ହମାସ ଏହି ଆକ୍ରମଣର ପ୍ରଶଂସା କରିଛି। କିନ୍ତୁ ଏହି ଆକ୍ରମଣ ପଛରେ ସଂଗଠନର ହାତ ଥିବା ନେଇ କୌଣସି ଘୋଷଣା କରିନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.