ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିୟାଙ୍କୁ ମିଳିଲା ଆଶ୍ୱସ୍ତି। ବାଂଲାଦେଶର ଶାର୍ଷ ଅଦାଲତ ତାଙ୍କୁ ଭ୍ରଷ୍ଟାଚାର ମାମଲାରେ ନିର୍ଦୋଷ ଘୋଷଣା କରିଛନ୍ତି। ୨୦୧୧ ମସିହାରୁ ତାଙ୍କ ଉପରେ ଏହି ମାମଲା ଚାଲି ଆସୁଥିଲା। ସୁପ୍ରିମ କୋର୍ଟ ପୂର୍ବରୁ ହାଇକୋର୍ଟ ମଧ୍ୟ ତାଙ୍କୁ ନିର୍ଦୋଷ ବେଲି ଘୋଷଣା କରିଥିଲେ। ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ ନିମ୍ନ ଅଦାଲତ ଖାଲିଦା ଜିଆଙ୍କ ପାଇଁ ସାତ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ। ବିଏନପି ଅଧ୍ୟକ୍ଷା ଖାଲିଦା ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ। ନିକଟରେ ତାଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ନିଆଯାଇଥିଲା।
ବଂଲାଦେଶର ସରକାରୀ ଖବର ସରବରାହ ସଂସ୍ଥା ବିଏସଏସ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଖବର ମୁତାବକ ସୁପ୍ରିମ କୋର୍ଟର ଜଷ୍ଟିସ ମହମ୍ମଦ ଅସଫାକୁଲ ଇସ୍ଲାମଙ୍କ ଅଧ୍ୟକ୍ଷତାରେ ଏକ ତୀନିଜଣିଆ ଖଣ୍ଡପିଠ ଏହି ଆଦେଶ ପାରିତ କରିଛନ୍ତି। ଏହାସହ ଖଲିଦା ଓ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଲଢୁଥିବା ରାଜ୍ୟ ଓ ଭ୍ରଷ୍ଟାଚାର ନିରୋଧକ ଆୟୋଗର ରିପେର୍ଟକୁ ମଧ୍ୟ ଖାରଜ କରିବାକୁ ଖଣପିଠ ଆଦେଶ ପ୍ରଦାନ କରିଛନ୍ତି।
୭୯ ବର୍ଷିୟ ଖଲିଦାଙ୍କୁ ୨୦୧୮ ମସିହାରେ ଦୋଷି ସାବ୍ୟସ୍ତ କରାଯାଇଥିଲା। ଢାକାର ଏକ ନିମ୍ନ ଅଦାଲତ ତାଙ୍କୁ ଚ୍ୟରିଟେବଲ ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲାରେ ଦୋଷି ସାବ୍ୟସ୍ତ କରିବା ସହ ତାଙ୍କୁ ସାତବର୍ଷର କାରାଦଣ୍ଡା ସହ ଦଶଲକ୍ଷ ଟାକାର ଜୋରିମାନା ଦଣ୍ଡାଦେଶ ଶୁଣାଇଥିଲେ। ନିମ୍ନ ଅଦାଲତର ଏହି ରାୟକୁ ଖଲିଦା ହାଇକୋର୍ଟରେ ଚ୍ୟାଲେଞ୍ଜ ପ୍ରଦାନ କରିଥିଲେ। ହାଇକୋର୍ଟ ସେମାନଙ୍କୁ ନିର୍ଦେୋଷ ଘୋଷଣା କରିଥିଲେ। ଏହି ରାୟ ଆସିବା ପରେ ଭ୍ରଷ୍ଟାଚାର ନିରୋଧକ ଆୟୋଗ ଏହି ମାମଲାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଚ କରିଥିଲା। ସୋମବାର ଏହି ମାମଲାର ବିଚାର ପାଇଁ ତିନିଜଣିଆ ଖଣ୍ଡପିଠ ଗଠନ କରାଯାଇଥିଲା। ଏହି ଖଣ୍ଡପିଠ ହାଇକୋର୍ଟ ରାୟକୁ ସଂରକ୍ଷିତ କରି ସମସ୍ତ ଦୋଷିଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି।
ଦେଶର ଅନ୍ୟତମ ମହିଳା ପ୍ରଧାନମନ୍ତ୍ରୀ ସେଖ ହସିନାଙ୍କ ନେତୃତ୍ତ୍ୱାଧିନ ଆୱାମି ଲିଗ ସରକାର ଅମଳରେ ଖାଲିଦାଙ୍କୁ ୭୭୬ ଦିନ ଜେଲଦଣ୍ଡାଦେଶ ଦିଆଯାଇଥିଲା। ପରେ ଖାଲିଦା ଜିଆଙ୍କୁ ଏକ କାର୍ଯ୍ୟକାରୀ ଆଦେଶ ମାଧ୍ୟମରେ ମୁକ୍ତ କରାଯାଇଥିଲା। ଜିଆ ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହି ଥିଲେ। ଏହା ପରେ, ତାଙ୍କୁ ୨୦୦୧ ରୁ ୨୦୦୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା। ଅଗଷ୍ଟ ୨୦୨୪ରେ ଶେଖ ହସିନା ଦେଶ ଛାଡି ପଳାଇବା ପରେ ରାଷ୍ଟ୍ରପତି ମହମ୍ମଦ ଶବାବୁଦ୍ଦିନଙ୍କ ନିର୍ଦ୍ଦେଶରେ ଜିଆଙ୍କୁ ମୁକ୍ତ କରାଯାଇଥିଲା।