ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ସ୍କୁଲରେ ପିଲା ସ୍ମାର୍ଟଫୋନ୍‌ ବ୍ୟବହାର କରିବେ ନା ନାହିଁ ! ହାଇକୋର୍ଟଙ୍କ ବିରୋଧରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଶକ୍ତ କାର୍ଯ୍ୟାନୁଷ୍ଠାନ

Published By : Prameya | March 3, 2025 6:01 PM

ନୂଆଦିଲ୍ଲୀ, ୩।୩: ସ୍କୁଲରେ ପଢୁଥିବା ପିଲା ଏବେ ସ୍ମାର୍ଟଫୋନ୍‌ ବ୍ୟବହାର କରିବାରେ ବ୍ୟସ୍ତ । ପିଲାଏ ସ୍ମାର୍ଟଫୋନ୍‌ରେ ଏମିତି ଅଭ୍ୟସ୍ତ ହୋଇଗଲେଣି ଯେ ଏବେ ସ୍କୁଲକୁ ବି ଫୋନ୍‌ ନେଇ ଯିବାରେ ଲାଗିଲେଣି । ଯାହାକୁ ନେଇ ହାଇକୋର୍ଟ ବିରକ୍ତ ପ୍ରକାଶ କରିଛନ୍ତି । ସ୍କୁଲରେ ସ୍ମାର୍ଟଫୋନ୍‌କୁ ସଂପୂର୍ଣ୍ଣ ବନ୍ଦ କରିବାକୁ କୋର୍ଟ ବିଚାର କରୁଥିବା ବେଳେ ଅନ୍ୟପଟେ ସ୍କୁଲରେ ପିଲାଙ୍କର ସ୍ମାର୍ଟଫୋନ୍‌ କେତେ ଜରୁରୀ ସେନେଇ ଓକିଲାତି କରିଛି କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ।

କହିରଖୁ କି, କୋର୍ଟ ଜଣେ ନାବାଳକ ମାମଲାରେ ଶୁଣାଣି କରୁଥିଲେ । ଯେଉଁଥିରେ ନାବାଳକ ଜଣକ ସ୍କୁଲରେ ସ୍ମାର୍ଟ ଫୋନର ଦୁରୁପଯୋଗ କରିଥିଲେ । ଯାହା ପରେ କୋର୍ଟ ସ୍କୁଲ ପିଲାଙ୍କ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମା ଅନୁସାରେ, ସ୍ମାର୍ଟଫୋନ୍‌ ସ୍କୁଲ ପିଲାଙ୍କ ଲାଗି କେତେ ଜରୁରୀ କେତେ ନୁହେଁ ସେନେଇ ବିଜ୍ଞପ୍ତି ପ୍ରକାଶ ପାଇବା ଆବଶ୍ୟକ । ସ୍କୁଲ କର୍ତ୍ତୃପକ୍ଷ ଏନେଇ କୌଣସି ସାଲିସ ନକରି ସ୍କୁଲରେ ସଂପୂର୍ଣ୍ଣ ଭାବରେ ମୋବାଇଲ୍‌ ବନ୍ଦ କରିଦେବାର ଆବଶ୍ୟକତା ବୋଲି କହିଛନ୍ତି କୋର୍ଟ । ସ୍କୁଲପିଲା ଯେଉଁ ଢଙ୍ଗରେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି ତାହା ପିଲାଙ୍କ ଲାଗି କ୍ଷତିକାରକ ହୋଇପାରେ । ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କହିଛି, କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ କି ପିଲାମାନେ ସ୍କୁଲରେ ସ୍ମାର୍ଟଫୋନ୍‌ ବ୍ୟବହାର କରିପାରିବେ । ହେଲେ କୋର୍ଟ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ପ୍ରତିଦିନ ପିଲାମାନେ ସ୍ମାର୍ଟଫୋନ୍‌ ସ୍କୁଲକୁ ନେଇକି ଯିବା ଉପରେ ରୋକ୍‌ ଲଗାଯାଇପାରିବ ନାହିଁ । ସ୍କୁଲରେ କେଉଁ ପିଲା ସ୍ମାର୍ଟଫୋନ୍‌ ନେଉଛନ୍ତି ଏବଂ ସେମାନେ ଏହାର ବ୍ୟବହାର କେମିତି କରୁଛନ୍ତି ସେନେଇ ଯାଞ୍ଚ ହେବାର ଆବଶ୍ୟକତା ରହିଛି । ଯେଉଁ ସମୟରେ ସେମାନେ ମୋବାଇଲ୍‌ ବ୍ୟବହାର କରିବାର ଆବଶ୍ୟକତା ନାହିଁ ସେହି ସମୟରେ ମୋବାଇଲକୁ ସେମାନେ ସ୍କୁଲ କର୍ତ୍ତୁପକ୍ଷଙ୍କୁ ଜମା କରିଦେବାର ଆବଶ୍ୟକତା ରହିଛି ।

କୋର୍ଟ ଆହୁରି କହିଛନ୍ତି, ସ୍କୁଲକୁ ପିଲାମାନେ ସ୍ମାର୍ଟଫୋନ୍‌ ନେଇଯାଉଥିବାକୁ ରୋକାଯାଇପାରିବ ନାହିଁ । ହେଲେ ଏହାର ବ୍ୟବହାର କରିବା ଉପରେ ନିୟନ୍ତ୍ରଣ କରାଯାଇପାରିବ । ଯେତେ ଦୂର ସମ୍ଭବ ସ୍କୁଲରେ ସ୍ମାର୍ଟଫୋନ୍‌ ଦାଖଲ କରିବା ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଶ୍ରେଣୀ ଗୃହରେ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ ରୋକ୍ ଲଗାଯିବାର ଆବଶ୍ୟକତା ରହିଛି । ପ୍ରତି ସ୍କୁଲରେ ସ୍ମାର୍ଟଫୋନ୍‌ର ଡିଜିଟାଲ୍‌ ବ୍ୟବହାର , ଅନଲାଇନ୍‌ ସୁରକ୍ଷା ଉପରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି । ଅତ୍ୟଧିକ ସ୍ମାର୍ଟଫୋନ୍‌ ବ୍ୟବହାର ଏବଂ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ରହିଛି । ମୋଟ୍‌ ଉପରେ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ ରୋକ ଲଗାଯିବା ନେଇ ଅନେକ ସମୟରେ ନିର୍ଦ୍ଦେଶନାମା ଆସୁ ବୋଲି ଦାବି ହେଉଛି । ହେଲେ କୋର୍ଟ ଏବେ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.