ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୧୦ ବର୍ଷ ତଳେ ଯାହା ହୋଇଥିଲା; ସେମିତି ଏକ ସେମିଫାଇନାଲ ଦେଖିବେ ଫ୍ୟାନ୍ସ, ୪୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ

Published By : Ankita S | March 3, 2025 1:55 PM

ନୂଆଦିଲ୍ଲୀ,୦୩/୦୩: ଆଇସିସି ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ ହୋଇଛି । ଆସନ୍ତାକାଲି (ମଙ୍ଗଳବାର) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ସେମି ଫାଇନାଲ ମ୍ୟାଚ ଖେଳାଯିବ । ଦ୍ବିତୀୟ ସେମିଫାଇନାଲ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ । ୧୦ ବର୍ଷ ପୂର୍ବେ ଯାହା ହୋଇଥିଲା ପୁଣି ଥରେ ଠିକ୍ ସେମିତି ହେବାକୁ ଯାଉଛି । ଆଇସିସି ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଆଉ ଏକ ସମାନ୍ ସେମିଫାଇନାଲ ଦେଖିବାକୁ ମିଳିବ । କଣ ସମାନ ପରିଣାମ ହେବ କି ? ଆଗାମୀ ୪୮ ଘଣ୍ଟା ବେଶ୍ ଗୁରୁତ୍ବପୂର୍ଣ୍ଣ । ତେବେ କଣ ସେହି ୧୦ ବର୍ଷ ପୁରୁଣା ସେମି ସମୀକରଣ । ଜାଣନ୍ତୁ ଏହି ରିପୋର୍ଟରେ ।

ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଏଣ୍ଟ୍ରି କରିଛି ରୋହିତ ସେନା । ଗ୍ରୁପ-ଏ ଟେବୁଲ ଟପରେ ରହିଛି ଇଣ୍ଡିଆ । ଆସନ୍ତାକାଲି ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲ ଖେଳିବ ଭାରତ । ସେହିପରି ଅନ୍ୟ ଏକ ସେମିରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ । ICC ଦିନିକିଆ ଟୁର୍ଣ୍ଣାମେଣ୍ଟରେ ୧୦ ବର୍ଷ ପୁରୁଣା ସେମିଫାଇନାଲ ରିପିଟ୍ ହେବାକୁ ଯାଉଛି । ୧୦ ବର୍ଷ ପୂର୍ବେ ଯାହା ହୋଇଥିଲା ଠିକ୍ ସେମିତି ହେବାକୁ ଯାଉଛି । 

କାରଣ ୧୦ ବର୍ଷ ତଳେ ଅର୍ଥାତ ୨୦୧୫ ବିଶ୍ବକପ ସେମିଫାଇନାଲ ଏହି ୪ ଦଳ ମଧ୍ୟରେ ଲାଇନ ଅପ୍ ହୋଇଥିଲା । ଗୋଟିଏ ଭାରତ ଓ ଅଷ୍ଟ୍ରେଲିଆ ଓ ଅନ୍ୟଟି ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଥିଲା । ୨୦୧୫ ବିଶ୍ବକପ ସେମିଫାଇନାଲରେ ଭାରତକୁ ୯୫ରନରେ ହରାଇ ଫାଇନାଲ ଟକେଟ୍ ହାତେଇଥିଲା ଅଷ୍ଟ୍ରେଲିଆ । ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲରେ ଡକୱର୍ଥ ଲୁଇସ୍ ମେଥଡରେ ନ୍ୟୁଜିଲାଣ୍ଡ ୪ ୱିକେଟରେ ଜିତିଥିଲା ।

ଚାମ୍ପିଅନ୍ସ ଟ୍ରଫିରେ ୪୮ଘଣ୍ଟା ଗୁରୁତ୍ବପୂର୍ଣ୍ଣ- ଏହା ସ୍ପଷ୍ଟ ଯେ ଚାମ୍ପିଅନ୍ସ ଟ୍ରଫିରେ ଆଗାମୀ ୪୮ଘଣ୍ଟା ବେଶ୍ ଗୁରୁତ୍ବପୂର୍ଣ୍ଣ । ଅର୍ଥାତ ଆସନ୍ତା ୪ ଓ ୫ ତାରିଖ । ଏହି ଦୁଇଦିନ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହା ୧୦ ବର୍ଷ ପୁରୁଣା ସେମିଫାଇନାଲ ମ୍ୟାଚ ପରି ହେବ । ଭାରତ ଅଷ୍ଟ୍ରେଲିଆକୁ ହରାଇ ବଦଲା ନେବାକୁ ପ୍ରସ୍ତୁତ ରହିଛି । ୨୦୨୩ ବିଶ୍ବକପ ଫାଇନାଲର ପ୍ରତିଶୋଧ ନେବ ରୋହିତ ସେନା । ୯ ତାରିଖରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଫାଇଟ୍ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.