ଭୁବନେଶ୍ବର, ୩।୩ : ମୁଖ୍ୟମନ୍ତ୍ରୀଙ୍କ ଓଏସଡି ହେଲେ ଓଏଏସ କୌଶିକ ପଟ୍ଟନାୟକ । କେନ୍ଦୁଝର ଜିଲ୍ଲା ବାଂଶପାଳ ତହସିଲଦାର ଭାବେ କାର୍ଯ୍ୟ କରୁଛନ୍ତି କୌଶିକ । ମୁଖ୍ୟମନ୍ତ୍ରୀଙ୍କ ଓଏସଡି ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଶିକ ସମେତ ୧୮ ଜଣ ଓଏଏସ ଅଧିକାରୀଙ୍କ ବଦଳି କରାଯାଇଛି।
ପୂର୍ବରୁ କେନ୍ଦୁଝର ଏଡିଏମ ଥିବା ଆଲୋକ ପ୍ରଧାନଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।