ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ବିକଶିତ ଭାରତର ଲାଇଟ୍ ହାଉସ୍ ଭାବେ ଉଭା ହେବ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya | March 3, 2025 10:01 PM

ନୂଆଦିଲ୍ଲୀ/ଭୁବନେଶ୍ୱର, ୩।୩ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତର ଆହ୍ୱାନ ଦେଇଥିବା ବେଳେ ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ହିଁ ‘ବିକଶିତ ଭାରତ’ର ଲାଇଟ୍ ହାଉସ୍ ଭାବେ ଉଭା ହେବ। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉଦଘାଟିତ ଅଷ୍ଟମ ‘ଭିଜିଟର୍ସ କନଫରେନ୍ସ ୨୦୨୪-୨୫’ରେ ଯୋଗଦେବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।   

 ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦୁଇ ଦିବସୀୟ ‘ଭିଜିଟର୍ସ କନଫରେନ୍ସ ୨୦୨୪-୨୫’କୁ ଉଦଘାଟନ କରିଛନ୍ତି । ଏହି ଅଷ୍ଟମ ଭିଜିଟର୍ସ ସମ୍ମିଳନୀରେ ଦେଶର ଶିକ୍ଷାବିତ୍ ଜଗତକୁ ମାର୍ଗଦର୍ଶନ ଦେଇଥିବାରୁ ଶ୍ରୀ ପ୍ରଧାନ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ଅଷ୍ଟମ ଭିଜିଟର୍ସ ଆୱାର୍ଡ ପାଇଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ମାନ୍ୟବର ରାଷ୍ଟ୍ରପତିଙ୍କ ଅତୁଟ ସମର୍ଥନ ଏବଂ ତାଙ୍କ ନେତୃତ୍ୱ ଶିକ୍ଷା କ୍ଷେତ୍ରରେ ନୂତନ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ନୂତନ  ମାର୍ଗ ଦେଖାଇଛି । ଜାତୀୟ ଶିକ୍ଷାଗତ ପ୍ରାଥମିକତା ହାସଲ କରିବା, କ୍ରମାଗତ ଭାବରେ ବିକଶିତ ହେଉଥିବା ଶିକ୍ଷଣ କ୍ଷେତ୍ରରେ ଆଗକୁ ବଢିବା ତଥା ଭାରତକୁ ଜ୍ଞାନ, ଗବେଷଣା ଏବଂ ଉଦ୍ଭାବନର କେନ୍ଦ୍ରସ୍ଥଳରେ ପରିଣତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାରେ ଆମର ମନୋବଳକୁ ଟାଣ କରିଛି । ପବିତ୍ର ମହାକୁମ୍ଭ ଭଳି ଭିଜିଟର୍ସ ସମ୍ମିଳନୀ ମଧ୍ୟ ଏକ 'ସଙ୍ଗମ' । ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା ପାଇଁ ଏହା ଶିକ୍ଷାନୁଷ୍ଠାନର ଉତ୍ତମ ମନର ଏକ 'କୁମ୍ଭ' ଅଟେ । ‘ଭିଜିଟର୍ସ ସମ୍ମିଳନୀ’ ଆମ ଶିକ୍ଷା ବ୍ୟବସ୍ଥାରେ ସାମଗ୍ରିକ ପରିବର୍ତ୍ତନ ଆଣିବ । ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ କର୍ମଚାରୀଙ୍କୁ ହାତମୁଠାକୁ ମଜଭୂତ୍ କରିବ । ଭାରତର ଉଚ୍ଚ ଶିକ୍ଷା ପରିସଂସ୍ଥାନକୁ ଏକ ବିଶ୍ୱସ୍ତରୀୟ ମାନଦଣ୍ଡ ଭାବରେ ପ୍ରତିଷ୍ଠିତ କରିବା ଦିଗରେ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରଦାନ କରିବ ।

 ପ୍ରଧାନମନ୍ତ୍ରୀ ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତର ଆହ୍ୱାନ ଦେଇଛନ୍ତି । ଏଥିପାଇଁ ଆମ ଦେଶ ଆତ୍ମନିର୍ଭର, ଅଭିନବ ଏବଂ ଜ୍ଞାନ ଭିତ୍ତିକ ହେବା ଦରକାର । ଆମ ଶିକ୍ଷା ଡିଗ୍ରୀ ଡିଗ୍ରୀ ଠାରୁ ଉର୍ଦ୍ଧ୍ୱରେ ରହିବା ଦରକାର । ଏଥିପାଇଁ ଥିଙ୍କର, ଇନୋଭେଟର, ସମାଧାନ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ଏବଂ ନିଯୁକ୍ତିଦାତା ସୃଷ୍ଟି କରିବାକୁ ହେବ । ତେଣୁ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବା ନିହାତି ଜରୁରୀ । ଜାତୀୟ ଶିକ୍ଷା ନୀତିକୁ ବାସ୍ତବ  ଓ ଦୀର୍ଘସ୍ଥାୟୀ ପ୍ରଭାବୀକୁ ସୁନିଶ୍ଚିତ କରିବା ପାଇଁ ଆମକୁ ଅନୁଷ୍ଠାନିକ ସ୍ତରରୁ ଉପରକୁ ଉଠିବାକୁ ପଡିବ । ଆମର ଶୈକ୍ଷିକ ଶକ୍ତିକୁ ଉନ୍ନତ କରିବାକୁ ହେବ । ଆମର ନୀତିଗୁଡ଼ିକୁ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରେ ଯେପରି ଏହାର ପ୍ରଭାବ ପଡିପାରିବ, ସେ ଦିଗରେ ସାମୂହିକ ଉଦ୍ୟମ କରିବାକୁ ହେବ । ସବୁଠୁ ଭଲ ପ୍ରୟାସ କରିବା ପାଇଁ ହେବ । ଅମୃତ କାଳ ଓ ତା' ବାହାରେ ଆମର ବିକାଶମୂଳକ ଯାତ୍ରାକୁ ଆଗେଇ ନେଇ ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ବିକଶିତ ଭାରତର ଲାଇଟ୍ ହାଉସ୍ ଭାବେ ଉଭା ହେବେ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.