ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ପାଇଲଟ୍‌ ତାଲିମ ଦେବେ ରାଜ୍ୟ ସରକାର

Published By : Prameya | March 3, 2025 2:52 PM

ଭୁବନେଶ୍ୱର,୦୩/୦୩: ବିମାନ ଚଳାଇବା  ପାଇଁ ସ୍ୱପ୍ନ ରଖିଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ  ଆସିଛି ନୂଆ ସୁଯୋଗ । କାରଣ ରାଜ୍ୟ ସରକାର  ୫୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଇଲଟ୍‌ ତାଲିମ  ଦେବା ପାଇଁ ସ୍ଥିର କରିଛନ୍ତି । ଏହି ୫୦ ଜଣଙ୍କ ଭିତରେ ଅଧିକାଂଶ ଛାତ୍ରୀ ରହିବେ । ଏଥିପାଇଁ  ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ ଏକ  ପେସାଦାର ସଂସ୍ଥାକୁ ନିଯୁକ୍ତ କରିବାକୁ ଟେଣ୍ଡର  ଆହ୍ୱାନ କରିଛି ।  

ବିଭାଗର ଜଣେ ଅଧିକାରୀ କହିଛନ୍ତି,  ଟେଣ୍ଡର ଅନୁଯାୟୀ, ସରକାର ଉକ୍ତ ସଂସ୍ଥା ମାଧ୍ୟମରେ ଅତିକମ୍‌ରେ ୩ ଶହ ଆଦିବାସୀ  ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବ । ସେଥିରୁ ୫୦ ଜଣଙ୍କୁ ବଛାଯାଇ ତାଲିମ ପ୍ରଦାନ କରାଯିବ । ଏହି  ୫୦ ଜଣ ‘ଏୟାରଲାଇନ୍‌ କ୍ୟାଡେଟ୍‌ ପାଇଲଟ୍‌ ଆସେସମେଣ୍ଟ୍‌’ ପରୀକ୍ଷା ପାଇଁ ଭୁବନେଶ୍ୱରରେ ୮ ସପ୍ତାହ ପାଇଁ କୋଚିଂ ନେବେ । ଦିନକୁ ୬  ଘଣ୍ଟା ଲେଖାଁ ସପ୍ତାହରେ ୫ ଦିନ ତାଲିମ ନେବେ । ଡିଜିସିଏ ଦ୍ୱାରା ଧାର୍ଯ୍ୟ ଫାଉଣ୍ଡେସନ୍‌  ପାଠ୍ୟକ୍ରମ ତଥା ବିମାନ ତାଲିମ ପାଠ୍ୟକ୍ରମର  ଏକ ମୋଟାମୋଟି ଧାରଣା ମଧ୍ୟ ସେମାନଙ୍କୁ ଦିଆଯିବ । ଇଂରାଜୀରେ ଦକ୍ଷତା, ବ୍ୟକ୍ତିତ୍ୱ  ବିକାଶ, ମୌଳିକ ବିମାନ ଚଳାଚଳ ଜ୍ଞାନ, ଗ୍ରୁପ୍‌  ଆଲୋଚନା ଏବଂ ସାକ୍ଷାତକାର ଆଦି ବିଷୟରେ  ଶିକ୍ଷା ଦିଆଯିବ । ପ୍ରତ୍ୟେକ ମଡ୍ୟୁଲ୍‌ ଶେଷ ପରେ  ନିୟମିତ ମୂଲ୍ୟାଙ୍କନ କରାଯିବ । ପଛରେ ପଡ଼ିଥିବା  ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତାହନ୍ତରେ ସ୍ୱତନ୍ତ୍ର ତାଲିମ  ପ୍ରଦାନ କରାଯିବ । ଏହି ତାଲିମ ପରେ ୫୦  ଜଣ ଛାତ୍ରଛାତ୍ରୀ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ  ଭଳି ବିମାନ କମ୍ପାନୀ ଦ୍ୱାରା ଚୟନ ହେବେ ।  ସେହି ବିମାନ କମ୍ପାନୀଗୁଡିକ ଶ୍ରେଷ୍ଠ ୧୦  ଛାତ୍ରଛାତ୍ରୀଙ୍କୁ ବାଛି ପେସାଦାର ପାଇଲଟ୍‌ ହେବା  ପାଇଁ ବୈଷୟିକ ତାଲିମ ପ୍ରଦାନ କରିବେ ବୋଲି  ଉକ୍ତ ଅଧିକାରୀ ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.