ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଶେଷରେ କମଲା ହାରିସ୍‌ଙ୍କ ନାଁରେ ମୋହର ଲଗାଇଲେ ବାରାକ୍‌ ଓବାମା , ଭିଡ଼ିଓରେ ଖୁଲାସା

ୱାଶିଂଟନ : ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଓ ତାଙ୍କର ପତ୍ନୀ ମିଶେଲ ଓବାମା , ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରେଟିକ୍‌ ପ୍ରାର୍ଥୀ ଭାବେ କମଲା ହାରିସ୍‌ଙ୍କ ନାମରେ ମୋହର ଲଗେଇଛନ୍ତି। ଏହାପରେ ଏବେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ନିର୍ବାଚନ ଲଢିବାର ରାସ୍ତା ପାଖାପାଖି ସ୍ପଷ୍ଟ ହୋଇ ଯାଇଛି। ଶୁକ୍ରବାର ଜାରି ଏକ ଭିଡ଼ିଓରେ ହାରିସ୍‌ ଓବାମା ଦମ୍ପତିଙ୍କ ସହ ଏକ ଫୋନ୍‌ କଲ୍‌ରେ କଥାବାର୍ତ୍ତା କରିବା ନଜର ଆସୁଛି। ଏହି ସମର୍ଥନ ଏମିତି ସମୟରେ ଆସିଛି କି, ଯେବେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ନିର୍ବାଚନୀ ଦୌଡ଼ରେ ହଟେଇବା ପରେ ପାର୍ଟିର ସମ୍ଭାବିତ ପ୍ରାର୍ଥୀଙ୍କର ତାଲିକାରେ କମଲା ହାରିସଙ୍କ ନାଁ ସବୁଠୁ ଆଗରେ ଆସୁଛି। 

ସୂଚନା ଅନୁସାରେ , ଆମେରିକାର ପ୍ରଥମ ଅଶ୍ୱେତ ରାଷ୍ଟ୍ରପତି ହୋଇ ସାରିଥିବା ଓବାମା ଓ ଦେଶର ପ୍ରଥମ ଅଶ୍ୱେତ ମହିଳା ଉପରାଷ୍ଟ୍ରପତି ହୋଇଥିବା କମଲା ହାରିସ୍‌ଙ୍କ ମଧ୍ୟରେ  ଥିବା ଅତୁଟ ବନ୍ଧୁତାକୁ ଦର୍ଶାଉଛି । ଏହି ଭିଡ଼ିଓରେ ପୂର୍ବତନ ରାଷ୍ଟ୍ରପତି ଓବାମା ହାରିସ୍‌ଙ୍କୁ କହୁଛନ୍ତି , ମୁଁ ମିଶେଲଙ୍କୁ ଫୋନ୍‌ କରି କହି ଦେଇଛି କି , ଆମେ ଆପଣଙ୍କୁ ସମର୍ଥନ କରିବୁ ଓ ଆପଣଙ୍କୁ ଏହି ନିର୍ବାଚନରେ ବିଜୟ ଦେବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବା ନେଇ ନିଜକୁ ଗର୍ବ ଅନୁଭବ କରୁଛୁ। ଏହି ଭିଡ଼ିଓରେ କମଲା ହାରିସ୍‌ ଏକ କାର୍ଯ୍ୟକ୍ରମର ବ୍ୟାକ୍‌ଷ୍ଟେଜ୍‌ରେ ଫୋନ୍‌ରେ କଥା ହେଉଥିବାର ଦେଖାଯାଉଛି। ସେପଟେ ମିଶେଲ ଓବାମା କହୁଛନ୍ତି , ମୋତେ ତୁମ ଉପରେ ଗର୍ବ ଅନୁଭବ ହେଉଛି। ଏହା ଏକ ଐତିହାସିକ ମୁହୂର୍ତ୍ତ ହେବାକୁ ଯାଉଛି। କମଳା ହାରିସ୍‌ ଏହି ସମର୍ଥନ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇ ଥିଲେ ଏବଂ କହିଥିଲେ ସେ ୫ ନଭେମ୍ୱରରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ, ୩ ମାସର ନିର୍ବାଚନୀ ଅଭିଯାନରେ ତାଙ୍କ ସାଥିରେ ରହିବାକୁ ଅପେକ୍ଷା କରିଛନ୍ତି। କମଲା ହାରିସ୍‌ କହିଛନ୍ତି , ଏଥିରେ ବହୁତ ମଜା ଆସିବ, ନୁହେଁ କି ?

ଉଲ୍ଲେଖନୀୟ ଯେ, ଓବାମା କମଲା ହାରିସ୍‌ଙ୍କର ଔପଚାରିକ ରୂପେ ସମର୍ଥନ କରୁଥିବା ପାର୍ଟିର ସମ୍ଭବତଃ ଶେଷ ପ୍ରମୁଖ ନେତା। ଆସୋସିଏଟେଡ୍‌ ପ୍ରେସ୍‌ର ଏକ ସର୍ଭେ ମୁତାବିକ , ହାରିସ୍‌ ପ୍ରଥମେ ହିଁ ଡେମୋକ୍ରେଟିକ୍‌ ନ୍ୟାସନାଲ କନଭେନସନର ଅଧିକାଂଶ ପ୍ରତିନିଧିଙ୍କ ସମର୍ଥନ ହାସଲ କରିଛନ୍ତି। ଏହି କନଭେନସନ ୧୯ ଅଗଷ୍ଟରେ ଚିକାଗୋରେ ଆରମ୍ଭ ହେବ। ଡେମୋକ୍ରେଟିକ ନ୍ୟାସନାଲ କମିଟିକୁ ଆଶା କି ୭ ଅଗଷ୍ଟ ଯାଏ ଭର୍ଚୁଆଲ ନାମାଙ୍କନ ଭୋଟ୍‌ ହେବ, ଯେଉଁଥିରେ ହାରିସଙ୍କୁ ଅଫିସିଆଲି ଡେମୋକ୍ରେଟିକ୍‌ ଟିକେଟ୍ ମିଳିବାର ଆଶା ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.