ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ବାଲଟିମୋର ବ୍ରିଜ୍‌କୁ ଧକ୍କା ଦେଲା ଜାହାଜ , ଦେଖୁ ଦେଖୁ ନଦୀରେ ମିଶିଗଲା ପୋଲ ; ଭାସିଗଲେ ଅନେକ ଲୋକ ଓ କାର୍ … ଭିଡ଼ିଓ ଭାଇରାଲ

ବାଲଟିମୋର – ଆମେରିକାର ବାଲଟିମୋରରେ ଘଟିଛି ଏକ ବଡ଼ ଦୁର୍ଘଟଣା। ମଙ୍ଗଳବାର କଣ୍ଟେନର ଲଦା ଏକ ବଡ଼ ପାଣି ଜାହାଜ ଫ୍ରାନ୍ସିସ ସ୍କଟ୍‌ କି ବ୍ରିଜ୍‌ ସହ ଧକ୍କା ହୋଇଛି। ଏହା ପରେ ବ୍ରିଜ୍‌ର ଏକ ବଡ଼ ପାର୍ଟ ଭାଙ୍ଗି ଯାଇ ନଦୀ ପାଣିରେ ଭାସି ଯାଇଛି। ସ୍ଥାନୀୟ ମିଡ଼ିଆ ରିପୋର୍ଟରେ କୁହାଯାଇଛି କି, ଦୁର୍ଘଟଣା ସମୟରେ ଅନେକ ଗାଡ଼ି ଓ ଲୋକ ବ୍ରିଜ୍‌ ଉପରେ ଥିଲେ। ଅନେକ କାର ଓ ଲୋକଙ୍କୁ ପାଣି ଭିତରେ ଥିବାର ଦେଖିବାକୁ ମିଳିଛି। ନ୍ୟୁଜ୍‌ ଏଜେନ୍ସି ରୟଟର୍ସ କହିଛି କି, ବାଲଟିମୋର ଫାୟର ଡିପାର୍ଟମେଣ୍ଟ ପୋଲ ଭାଙ୍ଗିବା ଦ୍ୱାରା ବହୁ ସଂଖ୍ୟାରେ ଧନଜୀବନ ନଷ୍ଟ ହେବାର ଆଶଙ୍କା କରାଯାଉଛି। ନଦୀରେ ଉଦ୍ଧାର ଓ ସୁରକ୍ଷା ଅଭିଯାନ ଜାରି ରହିଛି। ପେଟାପ୍ସକୋ ନଦୀର ଉପରେ ତିଆରି ଏହି ବ୍ରିଜ୍‌ର ନିର୍ମାଣ ୧୯୭୭ରେ ହୋଇଥିଲା। 

ବାଲଟିମୋର ଫାୟର ଡିପାର୍ଟମେଣ୍ଟର କମ୍ୟୁନିକେଶନ ଡାଇରେକ୍ଟର କେବିନ କାର୍ଟରାଇଟ୍‌ ରଏଟର୍ସକୁ କହିଛନ୍ତି , ଆମେ ବିଳମ୍ୱିତ ରାତି ପାଖାପାଖି ୧.୩୦ରେ ଏମର୍ଜେନ୍ସି ସର୍ଭିସ ୯୧୧ ରେ ଅନେକ କଲ୍ସ ଆସିଥିଲା କି , ଏକ ଜାହାଜ ବାଲିଟିମୋରର ବ୍ରିଜ୍‌ରେ ଧକ୍କା ହୋଇ ଯାଇଛି। ଏଥିରେ ପୋଲଟି ଭାଙ୍ଗି ଯାଇଛି। ବର୍ତ୍ତମାନ ଏହି ଦୁର୍ଘଟଣାରେ ବହୁ ପରିମାଣରେ ଧନଜୀବନ କ୍ଷୟକ୍ଷତିର ସମ୍ଭାବନା ରହିଛି ଏବଂ ବର୍ତ୍ତମାନ ନଦୀରେ ୭ ଜଣ ଲୋକଙ୍କୁ ତଲାସ କରାଯାଉଛି। 

ଉକ୍ତ ଜାହାଜଟି ଶ୍ରୀଲଙ୍କା ଯାଉଥିଲା। ହେଲେ ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ କି , ଦୁର୍ଘଟଣା ସମୟରେ ବ୍ରିଜ୍‌ରେ କେତେ ଲୋକ ଓ ଗାଡ଼ି ଥିଲା। ମେରିଲ୍ୟାଣ୍ଡ ଟ୍ରାନ୍ସପୋର୍ଟେସନ ଅଥୋରିଟି ମୁତାବିକ ବ୍ରିଜରେ ଦୁର୍ଘଟଣା ପରେ ସବୁ ଲେନ୍‌ ବନ୍ଦ କରାଯାଇଛି ଏବଂ ଟ୍ରାଫିକ୍‌ ଡାଇଭର୍ଟ କରି ଦିଆ ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.