ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୮୫ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ

Published By : prameya | February 12, 2025 10:11 AM

ନୂଆଦିଲ୍ଲୀ,୧୨/୦୨: ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଜୀଙ୍କ ପରଲୋକ । ଆଜି ସକାଳ ୮ଟାରେ ଲକ୍ଷ୍ନୌର ଏସଜିପିଜିଆଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।  ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ । ହେଲେ କିଛି ଦିନ ପୂର୍ବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଅଧିକ ଖରାପ ହୋଇଯାଇଥିଲା, ଯାହା ପରେ ତାଙ୍କୁ ଲକ୍ଷ୍ନୌର ଏସଜିପିଜିଆଇରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଅନୁସାରେ, ତାଙ୍କୁ ଷ୍ଟ୍ରୋକ୍ ଆଟାକ୍ ହୋଇଥିଲା। ଯାହା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା।

ଫେବୃଆରୀ ୪ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ପାଇଁ ଏସଜିପିଜିଆଇ  ଯାଇଥିଲେ। ଶ୍ରୀରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ପକ୍ଷାଘାତ ଯୋଗୁଁ ପ୍ରଥମେ ଫେବୃଆରୀ ୨ତାରିଖରେ ଅଯୋଧ୍ୟାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଡାକ୍ତରମାନେ ତାଙ୍କୁ ଏସଜିପିଜିଆଇ କୁ ପଠାଇଥିଲେ। ଏସଜିପିଜିଆଇ ଡ଼ାକ୍ତରଙ୍କ ଅନୁଯାୟୀ, ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ଗମ୍ଭୀର ରୋଗରେ ପୀଡିତ ଥିଲେ।

ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ରାମ ଜନ୍ମଭୂମିର ମୁଖ୍ୟ ପୂଜକ ଥିଲେ। ସେ ପିଲାଦିନରୁ ଅଯୋଧ୍ୟାରେ ରହୁଥିଲେ। ଦାସ ପ୍ରାୟ ୩୩ବର୍ଷ ଧରି ରାମଲାଲା ମନ୍ଦିର ସହିତ ଜଡିତ ଥିଲେ। ୧୯୯୨ ମସିହାରେ ବାବରୀ ଧ୍ୱଂସ ପୂର୍ବରୁ ମଧ୍ୟ ସେ ଏହି ମନ୍ଦିରରେ ପୂଜା କରୁଥିଲେ। ସେ ରାମ ମନ୍ଦିରର ମୁଖ୍ୟ ପୁରୋହିତ ଥିଲେ। ୧୯୯୨ ମସିହାରେ ବାବରୀ ଭଙ୍ଗାଯିବାର ପ୍ରାୟ ନଅ ମାସ ପୂର୍ବରୁ ରାମ ମନ୍ଦିରର ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସ ରାମ ଲାଲାଙ୍କୁ ପୂଜା କରି ଆସୁଥିଲେ। ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ  ୧୯୭୫ ମସିହାରେ ସଂସ୍କୃତ ବିଦ୍ୟାଳୟରୁ ଆଚାର୍ଯ୍ୟ ଡିଗ୍ରୀ ହାସଲ କରିଥିଲେ। ଏହାପରେ ୧୯୭୬ ମସିହାରେ ସେ ଅଯୋଧ୍ୟାର ସଂସ୍କୃତ କଲେଜର ବ୍ୟାକରଣ ବିଭାଗରେ ସହକାରୀ ଶିକ୍ଷକ ଭାବେ ଚାକିରି କରିଥିଲେ। ବିବାଦୀୟ ଢାଞ୍ଚା ଭାଙ୍ଗିବା ପରେ  ୧୯୯୨  ମାର୍ଚ୍ଚ ୫ ରେ  ତାଙ୍କୁ ପୂଜାରୀ ଭାବରେ ନିଯୁକ୍ତ କରିାଯାଇଥିଲ । ପ୍ରଥମେ ସେ ମାସିକ ପାରିଶ୍ରମିକ ଭାବରେ କେବଳ ୧୦୦ ଟଙ୍କା ପାଉଥିଲେ, କିନ୍ତୁ ଗତ କିଛି ବର୍ଷ ହେଲା ଏହା ବୃଦ୍ଧି ପାଇଥିଲା। ୨୦୨୩ ପର୍ଯ୍ୟନ୍ତ ସେ ମାତ୍ର ୧୨ ହଜାର ମାସିକ ସମ୍ମାନ ପାଉଥିଲେ ।  କିନ୍ତୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ତାଙ୍କର ଦରମା ୩୮୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.