ନୂଆଦିଲ୍ଲୀ,୦୯/୦୨: ଇସ୍ତଫା ଦେଲେ ଆତିଶୀ ମାର୍ଲେନା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆତିଶୀ । ରାଜଭବନରେ ପହଞ୍ଚି ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ର ପରାଜୟ ହେବା ପରେ ଆଜି (ରବିବାର) ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦିଲ୍ଲୀରେ ବିଜେପି ସରକାର ଗଢିବାକୁ ଯାଉଛି । ଆତିଶୀଙ୍କ ପରେ କିଏ ହେବ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଦିଲ୍ଲୀର ସପ୍ତମ ବିଧାନସଭା ଭଙ୍ଗ କରିଛନ୍ତି ଉପରାଜ୍ୟପାଳ ବିନୟ କୁମାର ସକ୍ସେନା । ଏ ନେଇ ବିବୃତ୍ତି ପ୍ରକାଶ ପାଇଛି ।
ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଆତିଶୀ ଗତବର୍ଷ ସେପ୍ଟେମ୍ବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମାତ୍ର ସାଢେ ୪ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଆତିଶୀ । ସୁଷମା ସ୍ବରାଜ ଓ ଶିଲା ଦୀକ୍ଷିତଙ୍କ ପରେ ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଥିଲେ ।କାଲକାଜୀ ଆସନୁ ପ୍ରାର୍ଥୀ ହୋଇଥିଲେ ମୁଖ୍ୟମନ୍ତ୍ରୀ । ସେ ବିଜେପିର ରମେଶ ବିଧୁଡୀଙ୍କୁ ୩୫୦୦ରୁ ଅଧିକ ଭୋଟରେ ହରାଇ ବିଜୟୀ ହୋଇଥିଲେ ହେଲେ ତାଙ୍କ ଦଳ ଆପକୁ ବହୁମତ ମିଳି ପାରିନଥିଲା ।
#WATCH | AAP leader Atishi leaves from Raj Niwas after submitting her resignation as Delhi CM
— ANI (@ANI) February 9, 2025
BJP emerged victorious in #DelhiAssemblyElection2025 yesterday after winning 48 out of 70 seats https://t.co/kWEioE5dXE pic.twitter.com/5If23VQMlq
ଦଳର ବହୁ ହେଭିୱେଟ ନେତା ଯେପରି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ସତୈନ୍ଦ୍ର ଜେନ୍ ହାରି ଯାଇଥିଲେ । ଫଳରେ ୨୭ ବର୍ଷ ପରେ ଦିଲ୍ଲୀ ଗଡ ଦଖଲ କରି ନେଇଥିଲା ଭାରତୀୟ ଜନତା ପାର୍ଟି । ତେବେ ଆତିଶୀଙ୍କ ପରେ କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ । ସିଏମ ରେସରେ ୬ ବଡ ଚେହେରା ରହିଛନ୍ତି । ମୁଖ୍ୟମନ୍ତ୍ରୀ ଦୌଡରେ ସମ୍ଭାବ୍ୟ ନାଁ ମଧ୍ୟରେ ପରବେଶ ବର୍ମା, ସତୀଶ ଉପାଧ୍ୟାୟ, ଆଶୀଷ ସୁଦ, ଜିତେନ୍ଦ୍ର ମହାଜନ, ସ୍ମୃତି ଇରାନୀ ଏବଂ ବିଜେନ୍ଦ୍ର ଗୁପ୍ତା ସାମିଲ ଅଛନ୍ତି । ପରବେଶ ବର୍ମା ସବୁଠୁ ଆଗରେ ଅଛନ୍ତି ପରବେଶ ବର୍ମା । ସେ ନୂଆଦିଲ୍ଲୀ ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଥିଲେ ।
Delhi LG Vinai Kumar Saxena dissolves the Seventh Legislative Assembly of the National Capital Territory of Delhi with effect from 08th February, 2025
— ANI (@ANI) February 9, 2025
BJP emerged victorious in #DelhiAssemblyElection2025 yesterday after winning 48 out of 70 seats pic.twitter.com/d7WfcVDCXE
ଏହା ବି ପଢନ୍ତୁ....୨୦୨୬ରେ ପଶ୍ଚିମବଙ୍ଗ ପାଳି, ଦିଲ୍ଲୀ ବିଜୟ ପରେ ଦିଦିଙ୍କୁ କିଏ ଦେଲେ ଚେତାବନୀ
କହି ରଖୁଛୁ କି, ଦିଲ୍ଲୀ ବିଧାନସଭା ୭୦ ଆସନରେ ଗତ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ଗତକାଲି (ଶନିବାର) ଫଳାଫଳ ପ୍ରକାଶ ପାଇଛି । ଲଗାତାର ଦୁଇ ପାଳି ଦିଲ୍ଲୀରେ ସରକାର ଗଢି ଆସୁଥିବା ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆମ୍ ଆଦମୀ ପାର୍ଟି (ଆପ୍) ପରାଜୟର ସମ୍ମୁଖୀନ ହୋଇଛି । ମୋଦି ମ୍ୟାଜିକରେ ବିପୁଳ ବିଜୟ ସହ ୨୭ ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଛି । ବିଜେପି ୪୮ ଆସନ କବଜା କରି ନେଇଛି । ଆପକୁ ୨୨ ଆସନ ମିଳିଥିବା ବେଳେ କଂଗ୍ରେସ ଖାତା ଖୋଲି ପାରିନାହିଁ ।