ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଭିଏତନାମରେ ହାହାକାର, ବନ୍ୟା ଓ ଭୂସ୍ଖଳନରେ ୫୯ ମୃତ

ନୂଆଦିଲ୍ଲୀ: ଦଶନ୍ଧୀର ସବୁଠୁ ବଡ଼ ବାତ୍ୟା ‘ୟାଗି’ । ପ୍ରଥମେ ଫିଲିପାଇନ୍ସ, ପରେ ଚୀନରେ ବିପର୍ଯ୍ୟୟ ଘଟାଇବା ପରେ ଏବେ ଭିଏତନାମକୁ ଦୁଃଖରେ ବୁଡ଼ାଇ ଦେଇଛି ୟାଗି । ବାତ୍ୟା ପ୍ରଭାବରେ ଭିଏତନାମରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି ।  ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଥିବା ବେଳେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏବେ ସୁଦ୍ଧା ୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । 

ବାତ୍ୟା ୟାଗି ଗତ ଶନିବାର ଭିଏତନାମର ଉତ୍ତରପୂର୍ବ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଥିଲା । ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା । ଭିଏତନାମର ହୋଆଙ୍ଗ ପ୍ରଦେଶରେ ଭୂସ୍ଖଳନ ଘଟି ଜଣେ ନବଜାତକ ଏବଂ ଏକ ବର୍ଷ ବାଳକର ମୃତ୍ୟୁ ହୋଇଛି । ସେହିଭଳି ହୋଆବିନରେ ଏକ ଘର ଉପରେ ପାହାଡ଼ ଧସିପଡ଼ିବାରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । 

ସୋମାବର କାଓବ୍ୟାଙ୍ଗରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଜଳ ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି ।  ଫୁଥୋ ପ୍ରଦେଶରେ ଏକ ବ୍ରିଜ୍‌ ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୧୦ଟି କାର, ଟ୍ରକ୍‌ ଏବଂ ଦୁଇଟି ମୋଟର ସାଇକେଲ ନଦୀକୁ ଖସିପଡ଼ିଛି ।  ନଦୀରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ ଜଣ ନିଖୋଜ ଅଛନ୍ତି । 

ସେପଟେ ଭିଏତନାମ ସରକାରଙ୍କ ଅନୁସାରେ, ଦେଶର ବିଭିନ୍ନ ଅଞ୍ଚଳରେ ବିଜୁଳୀ ସଂଯୋଗ ବ୍ୟାହାତ ହୋଇଥିବା ବେଳେ ଟେଲିକମ୍‌ ସେବା ଠପ୍‌ ହୋଇଛି । ଏହାରି ମଧ୍ୟରେ, ଆଗକୁ ବନ୍ୟା ସ୍ଥିତି ଆହୁରି ଉତ୍କଟ ହେବାକୁ ଥିବା ବେଳେ ଅଧିକ ଭୂସ୍ଖଳନ ହୋଇପାରେ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି ।  ଦଶନ୍ଧୀର ଭୟଙ୍କର ଟାଇଫୁନ୍‌ ‘ୟାଗି’ ପ୍ରଭାବରେ ଉତ୍ତର ଭିଏତନାମରେ ୩,୩୦୦ ଘର ଧ୍ବସ୍ତ ହୋଇଥିବା ବେଳେ ୧୨୦,୦୦୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.