ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବିଧାନସଭା ହେଲା ପେପର ଲେସ୍‌, ଏଣିକି ପେପର ନୁହେଁ ଟ୍ୟାବରେ ପଢିବେ ପ୍ରଶ୍ନୋତ୍ତର ଓ ପ୍ରସ୍ତାବ ପତ୍ର

Published By : Harapriya Sethi | February 12, 2025 3:01 PM

ଭୁବନେଶ୍ୱର, ୧୨/୦୨: ସ୍ମାର୍ଟ ହେଲେ ବିଧାୟକ । ବିଧାନସଭା ହେଲା ପେପର ଲେସ୍‌ । ଏବେ ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ । ବିଧାନସଭାରେ ୧୪୭ ବିଧାୟକଙ୍କ ଆସନରେ ଲାଗିଲା ଟ୍ୟାବ । ଆଉ ପ୍ରଶ୍ନୋତ୍ତର କିମ୍ଭା କୌଣସି ପ୍ରସ୍ତାବ କାଗଜ ଜରିଆରେ କରିବେ ନାହିଁ ବିଧାୟକ । ନେଭା ତରଫରୁ ଏହି ବ୍ୟବସ୍ଥା କରାଯାଇଥିବା ବେଳେ ବୁଧବାର ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । 

ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଏହା ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ବସିଛି ସର୍ବଦଳୀୟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ଦଳର ବିଧାୟକ ବୈଠକରେ ସାମିଲ ହୋଇଥିଲେ । ଗୃହକୁ ସୁପରିଚାଳନା ନେଇ ଆଲୋଚନା କରିବେ ବାଚସ୍ପତି । ଏଥର ଦୁଇଟି ପର୍ୟ୍ୟାୟରେ ହେବ ବଜେଟ୍ ଅଧିବେଶନ । ପ୍ରଥମ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୧ ତାରିଖ ପର୍ୟ୍ୟନ୍ତ ଚାଲିବ । ୧୭ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ସେହିପରି ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ୟ୍ୟନ୍ତ ଚାଲିବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.