ଭୁବନେଶ୍ଵର, ୧୫/୦୨ : ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ। ଚାଲିପାରୁନି ଗୃହ। ତୃତୀୟ ଦିନରେ ବି ବିରୋଧୀଙ୍କ ଜୋରଦାର ହଙ୍ଗାମା। ଗୃହର ମଧ୍ୟଭାଗକୁ ଉଠି ଆସି ନାରାବାଜି କଲେ ବିଜେଡି ଓ କଂଗ୍ରେସ ସଦସ୍ୟ। ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି।
ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ବିଧାନସଭାରେ ଅଚଳାବସ୍ଥା। ଗୃହକାର୍ଯ୍ୟ ଆରମ୍ଭରୁ ହୋହାଲ୍ଲା ନାରାବାଜି। ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ପ୍ରଶ୍ନକାଳ। ମଣ୍ଡି ସମସ୍ୟା, କଟନି ଛଟନୀ ଏବଂ ଚାଷୀ ମାରଣା ନୀତିକୁ ନେଇ ବିଜେଡିର ହଟ୍ଟଗୋଳ। ସେପଟେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳାକୁ ନେଇ କଂଗ୍ରେସ ବିକ୍ଷୋଭ କରିଛି। ବାଚସ୍ପତିଙ୍କ ପୋଡିୟମ ନିକଟରେ ବିରୋଧୀ ଜୋରଦାର୍ ହଙ୍ଗାମା କରିଛନ୍ତି। ଯାହାଫଳରେ ବାଚସ୍ପତି ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ-ଚାଲିପାରୁନି ବିଧାନସଭା... ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ