ପ୍ରମୂଖ ଖବର
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

୧୯ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ , ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡି ହେଲା : ମୁଖ୍ୟମନ୍ତ୍ରୀ

Published By : Prameya | April 17, 2025 7:41 PM

ଭୁବନେଶ୍ବର,୧୭।୪ : ୪ ହଜାର କୋଟି ଟଙ୍କାରୁ ଅଧିକ ନିବେଶରେ ମୋଟ୍ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଏହି ଅବସରରେ ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଏକ ସ୍ବତନ୍ତ୍ର ସମାବେଶ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଥିଲେ ଯେ ଆଜି ଏକ ସଫଳତାର ଦିନ । ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡି ହେଲା । ଏହି ୪ ହଜାର କୋଟିର ପ୍ରକଳ୍ପ ଦ୍ୱାରା ଯାତାୟାତ ସୁବିଧା ହେବ, ଅର୍ଥନୈତିକ ବିକାଶ ହେବ । ପ୍ରଧାନମନ୍ତ୍ରୀ ମୋଦି ଭିତ୍ତିଭୂମି ଏବଂ ସଡ଼କ ନିର୍ମାଣ ପାଇଁ ପ୍ରାଥମିକତା ଦେଇଛନ୍ତି । ଦିନକୁ ସଡ଼କ ନିର୍ମାଣ ଏବେ ୧୦୦କିଲୋମିଟରରେ ପହଂଚିଛି । ୨୦୧୪ରେ କେନ୍ଦ୍ର ବଜେଟ ବ୍ୟୟବରାଦ ୨ ଲକ୍ଷ କୋଟି ଥିଲା, ଯାହା ୨୦୨୫ ରେ ୧୧ ଲକ୍ଷ କୋଟି ବଢିଛି । ଅଧିକ ଖର୍ଚ୍ଚ ରାସ୍ତା ନିର୍ମାଣ ପାଇଁ ହେଉଛି । ରାଜ୍ୟ ସରକାର ମଧ୍ୟ ବଜେଟରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ବଜେଟରେ ଭିତ୍ତିଭୂମି ପାଇଁ ୬୫ ହଜାର କୋଟିର ବ୍ୟୟ ବରାଦ ହୋଇଛି । ଏହି ପୁଞ୍ଜିରେ ଭିତ୍ତିଭୁମିକୁ ସୁଦୃଢ଼ କରାଯିବ । ଯାହା ୨୦ ବର୍ଷ ହେବ ଅବହେଳିତ ଥିଲା । ଓଡିଶାକୁ ଶିଳ୍ପର ହବ କରିବା ପାଇଁ ଭିତ୍ତିଭୂମିର ଆବଶ୍ୟକତା ରହିଛି । 

କେନ୍ଦ୍ରମନ୍ତ୍ରୀ ମୋତେ ପଚାରିଲେ ଓଡିଶା ପାଇଁ କଣ ଦରକାର କୁହନ୍ତୁ । ଯାହା ଦରକାର ମୁଁ କରିକି ଯିବି । ରାଜ୍ୟ ସରକାର ମଧ୍ୟ ଚେଷ୍ଟା କରୁଛନ୍ତି ରାଜ୍ୟର ବିଭିନ୍ନ ଅଂଚଳକୁ ସଂଯୋଗ ପାଇଁ ୭୫ ହଜାର କୋଟି ତାଙ୍କର ଯୋଜନା କରିଛନ୍ତି । ମୋଦୀଙ୍କ ଶାସନ ପରେ ଓଡିଶାରେ ୭୦ ହଜାର କୋଟିର ରେଳ ବଜେଟ ପାଇଛି । ପ୍ରଧାନମନ୍ତ୍ରୀ ଅନେକ ବାର ପୂର୍ବୋଦୟ କଥା କହିଛନ୍ତି । ତାକୁ ଆଗରେ ରଖି ଅନେକ ପଦକ୍ଷେପ ମଧ୍ୟ ନେଇଛନ୍ତି । ଗତ ସରକାର କେବଳ କଥାରେ ଯୋଜନା କାର୍ଯ୍ୟକାରୀ କରୁଥିଲେ । କେତେବେଳେ ନବୀନ ଓଡ଼ିଶା କେତେବେଳେ 'ନୂଆ ଓ' କରି କଲେଜ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 ଏହି ଅବସରରେ କେନ୍ଦ୍ର ସଡ଼କ, ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନିକଟରେ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରୁ ପୁରୀକୁ ଯିବା ପାଇଁ ୪ ଲେନ ରାସ୍ତାକୁ ୬ ଲେନ କରିବା ପାଇଁ ପ୍ରସ୍ତାବ ଅଛି । ଏହାକୁ ୬ ଲେନରୁ ୮ ଲେନ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସର୍ଭିସ୍ ରୋଡ଼ ମଧ୍ୟ କରିବା ପାଇଁ ଦେଲେ ପ୍ରସ୍ତାବ । ଆଗାମୀ ୧୦୦ ବର୍ଷ ପାଇଁ ଏହି ରାସ୍ତା ନିର୍ମାଣ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏହାସହ କୋଷ୍ଟଲ ହାଇୱେ ରାସ୍ତାକୁ ୨ ଲେନରୁ ୪ ଲେନ କରିବା ପାଇଁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ । ସିଆରଆଇଏଫରେ ୮୦୦ କୋଟିର ଆବଶ୍ୟକତା ଅଛି । କେନ୍ଦ୍ର ସରକାର ସେୟାର ଯଦି ପ୍ରଦାନ କରିବେ ତେବେ ରାଜ୍ୟ ସରକାର ମଧ୍ୟ ନିଜ ସେୟାର ଦେଇ କାର୍ଯ୍ୟ ତ୍ବରାନ୍ବିତ କରି କାମ ଗୁଡ଼ିକୁ ଶେଷ କରାଯାଇପାରିବ । ଆଗକୁ କେନ୍ଦ୍ର ସଡ଼କ, ପରିବହନ ବିଭାଗ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ଏହାସହ ଆଗାମୀ ଦିନରେ ମଧ୍ୟ ଅନେକ ପ୍ରକଳ୍ପ ଗୁଡ଼ିକର ଡିପିଆର ସଙ୍କଳନ କରାଯାଉଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.