ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

Delhi Elections 2025: କାହିଁକି ହାରିଲା ଆମ୍‌ ଆଦମୀ ପାର୍ଟି ? ପରାଜୟର କାରଣ କହିଲେ ଆନ୍ନା ହଜାରେ

Published By : Tapas Panda | February 8, 2025 10:43 PM

Image Courtesy: abplive

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ପରାଜୟକୁ ନେଇ ମାନସ ମନ୍ଥନ ଆରମ୍ଭ ହୋଇଯାଇଛି । ସେହିଭଳି ସାମାଜିକ କର୍ମୀ ଆନ୍ନା ହଜାରେ ଆପ୍‌ ପରଜାୟ ପଛର କାରଣ ସବୁ ବଖାଣିଛନ୍ତି । ଆନ୍ନା ହଜାରେ ଭାବପ୍ରବଣ ହୋଇ କହିଛନ୍ତି ଯେ, ସେ କେଜ୍ରିୱାଲଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ସମାଜ ବିଷୟରେ ଚିନ୍ତା ନକରି ରାଜନୀତିରେ ପ୍ରବେଶ କରିଥିଲେ। ଆନ୍ନା ହଜାରେ କହିଛନ୍ତି, ‘ମୁଁ ତାଙ୍କଠାରୁ ବହୁତ ଆଶା କରିଥିଲି । ମୁଁ ତାଙ୍କୁ ବହୁତ ଭଲ ପାଇଥିଲି, କିନ୍ତୁ ସେ ରାସ୍ତା ଛାଡ଼ି ଚାଲିଗଲେ।’ 

ଦିଲ୍ଲୀର ପ୍ରଗତି ଏବଂ ଲୋକଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରହିବ: ରାହୁଲ ଗାନ୍ଧୀ

ସାମାଜିକ କର୍ମୀ ଆନ୍ନା ହଜାରେ କହିଛନ୍ତି, ‘ମୁଁ ବହୁତ ଦିନ ଧରି କହିଆସୁଛି ଯେ ନିର୍ବାଚନ ଲଢ଼ିବା ସମୟରେ ପ୍ରାର୍ଥୀଙ୍କ ଆଚରଣ, ଚିନ୍ତାଧାରା ଏବଂ ଚରିତ୍ର ପବିତ୍ର ହେବା ଉଚିତ। ଏହି ଲୋକମାନେ ମଦ୍ୟପାନରେ ଲିପ୍ତ ଥିଲେ, ସେମାନଙ୍କର ଛବି ଖରାପ ଥିଲା, ଏହି କାରଣରୁ ସେମାନଙ୍କୁ କମ୍ ଭୋଟ ମିଳିଛି।’ ମଦ ନୀତି ଏବଂ ଟଙ୍କା ଉପରେ ଧ୍ୟାନ ଦେବା କାରଣରୁ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି (ଆପ୍)କୁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଛି । ଅରବିନ୍ଦ କେଜ୍ରିଓ୍ବାଲ ନିଃସ୍ୱାର୍ଥପର ଭାବରେ ଲୋକଙ୍କ ସେବା କରିବାର କର୍ତ୍ତବ୍ୟ ବୁଝିପାରିଲେ ନାହିଁ ବୋଲି ଆନ୍ନା ହଜାରେ କହିଛନ୍ତି । କେଜ୍ରିୱାଲଙ୍କୁ ଟାର୍ଗେଟ କରି ଆନ୍ନା ହଜାରେ କହିଛନ୍ତି ଯେ, ପ୍ରାର୍ଥୀଙ୍କ ଚରିତ୍ର ନିର୍ମଳ ହେବା ଉଚିତ ଏବଂ ତାଙ୍କୁ ତ୍ୟାଗର ମହତ୍ବ ବୁଝିବା ଦରକାର । ପ୍ରାର୍ଥୀଙ୍କ ଏହି ଗୁଣଗୁଡ଼ିକ ଲୋକଙ୍କ ବିଶ୍ୱାସ ଜିତିଥାଏ ଏବଂ ସେମାନେ ଭାବନ୍ତି ଯେ, ପ୍ରାର୍ଥୀ ସେମାନଙ୍କ ପାଇଁ କିଛି କରିବେ। 

Congress: ଆପ୍‌ର ପରାଜୟ ପରେ ବଡ଼ ଦାବି କଲେ ଜୟରାମ ରମେଶ, କହିଲେ- ୨୦୩୦ରେ ଦିଲ୍ଲୀରେ ସରକାର କରିବ କଂଗ୍ରେସ

ସୂଚନାଯୋଗ୍ୟ, ବରିଷ୍ଠ ଆପ ନେତା ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜଙ୍ଗପୁରାରୁ ପରାସ୍ତ ହୋଇଛନ୍ତି । ସେହିଭଳି ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ବିଧାନସଭା ଆସନରୁ ପରାଜୟର ସମ୍ମୁଖୀନ ହୋଇଛନ୍ତି । ଦୁର୍ନୀତି ବିରୋଧୀ ଆନ୍ଦୋଳନ ପରେ ୨୦୧୨ ମସିହାରେ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ ଆଦମୀ ପାର୍ଟି (AAP) ପ୍ରତିଷ୍ଠିତ ହୋଇଥିଲା । କେଜ୍ରିୱାଲଙ୍କୁ ହଜାରେଙ୍କ ସମର୍ଥକ ବୋଲି ବିବେଚନା କରାଯାଏ । କିନ୍ତୁ ୨୦୧୨ ରେ ଆମ ଆଦମୀ ପାର୍ଟି ଗଠନ ହେବା ପରେ ଦୁହେଁ ଅଲଗା ହୋଇ ଯାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.