ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Congress: ଆପ୍‌ର ପରାଜୟ ପରେ ବଡ଼ ଦାବି କଲେ ଜୟରାମ ରମେଶ, କହିଲେ- ୨୦୩୦ରେ ଦିଲ୍ଲୀରେ ସରକାର କରିବ କଂଗ୍ରେସ

Published By : Tapas Panda | February 8, 2025 7:25 PM

Image Courtesy: hindustantimes

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଉପରେ କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ଜୟରାମ ରମେଶଙ୍କ ପ୍ରତିକ୍ରିୟା ମିଳିଛି ।  ସେ କହିଛନ୍ତି, ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଅରବିନ୍ଦ କେଜ୍ରିୱାଲ ଏବଂ ଆମ ଆଦମୀ ପାର୍ଟି ଉପରେ ଏକ ଜନମତ ବ୍ୟତୀତ ଆଉ କିଛି ନୁହେଁ । ୨୦୧୫ ଏବଂ ୨୦୨୦ରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଶୀର୍ଷରେ ଥିବା ବେଳେ ମଧ୍ୟ AAP ଦିଲ୍ଲୀରେ ନିର୍ଣ୍ଣାୟକ ବିଜୟ ହାସଲ କରିଥିଲା । 

Delhi Election Result: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍‌ରେ ବିଜେପିର ୫ ବଡ଼ ନେତା, ଆଗରେ ଅଛନ୍ତି ପରବେଶ ବର୍ମା !

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ‘ଦିଲ୍ଲୀ ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀଙ୍କ ନୀତି ଉପରେ ଅନୁମୋଦନର ମୋହର ନୁହେଁ, ବରଂ ଏହି ଜନାଦେଶ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତାରଣା, ଠକେଇ ଏବଂ ସଫଳତାର ଅତିରଞ୍ଜିତ ଦାବିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରୁଛି । ଅରବିନ୍ଦ କେଜ୍ରିୱାଲଙ୍କ ଶାସନ ସମୟରେ ଘଟିଥିବା ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାସ କରିବାରେ କଂଗ୍ରେସ ଦଳ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଦିଲ୍ଲୀର ଭୋଟରମାନେ ଆମ ଆଦମୀ ପାର୍ଟିର ବାର ବର୍ଷର କୁଶାସନ ଉପରେ ସେମାନଙ୍କର ରାୟ ଦେଇଛନ୍ତି।’ 

 ସେ କହିଛନ୍ତି, ‘ଏହି ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ ଆଶା କରୁଥିଲା। ତଥାପି, ଦଳ ତାର ଭୋଟ ପ୍ରତିଶତ ବୃଦ୍ଧି କରିଛି । କଂଗ୍ରେସର ନିର୍ବାଚନ ପ୍ରଚାର ଉତ୍କୃଷ୍ଟ ଥିଲା । ଦଳ ବିଧାନସଭା ଜିତି ନଥାଇପାରେ, କିନ୍ତୁ ଦିଲ୍ଲୀରେ ଏହାର ଏକ ଦୃଢ଼ ଉପସ୍ଥିତି ରହିଛି, ଯାହା ଲକ୍ଷ ଲକ୍ଷ କଂଗ୍ରେସ କର୍ମୀଙ୍କ ନିରନ୍ତର ପ୍ରୟାସ ଦ୍ୱାରା ଆହୁରି ମଜଭୁତ ହେବ । ୨୦୨୩୦ ରେ ଦିଲ୍ଲୀରେ ପୁଣି ଥରେ କଂଗ୍ରେସ ସରକାର ଗଠନ ହେବ।’ 

Delhi Result: ଦିଲ୍ଲୀ ନିର୍ବାଚନରେ ପରାଜୟ ପରେ ଆସିଲା କେଜ୍ରିଓ୍ବାଲଙ୍କ ପ୍ରତିକ୍ରିୟା, ଜନତାଙ୍କ ରାୟ ସ୍ବୀକାର କଲେ ଆପ୍‌ ସୁପ୍ରିମୋ

ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଉପରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଏଥର ଦିଲ୍ଲୀର ଲୋକମାନେ ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି। ଦିଲ୍ଲୀବାସୀ ଆପ ସରକାରଙ୍କ କାର୍ଯ୍ୟଶୈଳୀରେ ବିରକ୍ତ ହୋଇଯାଇଥିଲେ।’ ଆମ ଆଦମୀ ପାର୍ଟି (ଆପ୍) ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ନୂଆଦିଲ୍ଲୀ ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ପରବେଶ ବର୍ମା ୪୦୮୯ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି, ଯାହା ଶାସକ ଦଳ ପାଇଁ ଏକ ବଡ଼ ଝଟକା । ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ପୁଣିଥରେ ସରକାର ଗଠନ କରିବାକୁ ଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.