ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

Delhi Election Result: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍‌ରେ ବିଜେପିର ୫ ବଡ଼ ନେତା, ଆଗରେ ଅଛନ୍ତି ପରବେଶ ବର୍ମା !

Published By : Tapas Panda | February 8, 2025 6:23 PM

ନୂଆଦିଲ୍ଲୀ: ଦୀର୍ଘ ୨୪ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଢିବାକୁ ଯାଉଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ୪୮ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଆପ୍‌କୁ ମାତ ଦେଇ ବିଜେପି ବିଜୟୀ ହୋଇଛି ସତ କିନ୍ତୁ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।  ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ନେବେ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା । ଅନ୍ୟପଟେ ଦିଲ୍ଲୀ ରାଜନୀତିକୁ ଦେଖିବାକୁ ଗଲେ ବିଜେପିରେ ସିଏମ୍ ପାଇଁ ଅନେକ ଚେହେରା ଅଛନ୍ତି । ସବୁ ବର୍ଗଙ୍ଗ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ବିଜେପି ଅନେକ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ବି ଦେଇଛି । ଦିଲ୍ଲୀରେ ମଧ୍ୟ ବିଜେପି ସମାନ କାର୍ଡ ଖେଳିପାରେ । ମୁଖ୍ୟମନ୍ତ୍ରୀ ରେସ୍‌ରେ ସମ୍ଭାବ୍ୟ ନାଁ ମଧ୍ୟରେ ପରବେଶ ବର୍ମା, ସତୀଶ ଉପାଧ୍ୟାୟ, ଆଶୀଷ ସୁଦ, ଜିତେନ୍ଦ୍ର ମହାଜନ ଏବଂ ବିଜେନ୍ଦ୍ର ଗୁପ୍ତା ସାମିଲ ।

ପରବେଶ ବର୍ମା: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ପରବେଶ ବର୍ମା । ପୂର୍ବତନ ସାଂସଦ ନୂଆଦିଲ୍ଲୀ ବିଧାନସଭା ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇବା ପରେ ଜଣେ ଟାଣୁଆ ନେତାର ଆଖ୍ୟା ହାସଲ କରିଛନ୍ତି ।  ଏହାସହ ସେ ଜାଟ୍ ସମୁଦାୟରୁ ଆସୁଛନ୍ତି । ଜାଟ୍‌ଙ୍କୁ ସିଏମ୍ କରିବା ଦ୍ୱାରା ଗ୍ରାମୀଣ ଦିଲ୍ଲୀ, ପଶ୍ଚିମ ୟୁପି, ହରିୟାଣା ଏବଂ ରାଜସ୍ଥାନର ଜାଟ୍ ଭୋଟରଙ୍କ ଏକ ସନ୍ଦେଶ ପହଞ୍ଚିବ । ବିଜୟ ପରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଯାଇ ଭେଟିଥିଲେ ।

ଆଶୀଷ ସୁଦ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୌଡ଼ରେ ବିଜେପି ନେତା ଆଶୀଷ ସୁଦଙ୍କ ନାଁ ବି ରହିଛି । ସେ ବିଜେପିର ପଞ୍ଜାବୀ ଚେହେରା । ପୂର୍ବରୁ ସେ କର୍ପୋରେଟର ରହିସାରିଛନ୍ତି । ଦିଲ୍ଲୀ ବିଜେପିର ମହାସଚିବ ବି ରହିସାରିଛନ୍ତି । ଏବେ ସେ ଗୋଆର ପ୍ରଭାରୀ ଏବଂ ଜାମ୍ମୁ କାଶ୍ମୀର ସହ ପ୍ରଭାରୀ ଅଛନ୍ତି ।

ଜିତେନ୍ଦ୍ର ମହାଜନ: ରୋହତାସ ନଗର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଜିତେନ୍ଦ୍ର ମହାଜନ ବିଜୟୀ ହୋଇଛନ୍ତି । ୨୦୨୦ରେ ବିଜେପି ଯେଉଁ କିଛି ଆସନ ଜିତିଥିଲା ସେଥିରେ ସବୁଠୁ ଅଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ ଜିତେନ୍ଦ୍ର ମହାଜନ । ଏହାସହ ବିଧାନସଭାରେ ବି ଦଳ ପାଇଁ ଆକ୍ଟିଭ ଭୂମିକା ଗ୍ରହଣ କରୁଥିଲେ । ସେ ବୈଶ୍ୟ ସମାଜରୁ ଆସନ୍ତି ଏବଂ ଆର୍‌ଏସ୍‌ଏସ୍ ସହ ବି ଘନିଷ୍ଠତା ରହିଛି ।

ସତୀଶ ଉପାଧ୍ୟାୟ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ନେତା ହେଉଛନ୍ତି ସତୀଶ ଉପାଧ୍ୟାୟ । ସେ ଦିଲ୍ଲୀ ବିଜେପିର ଜଣେ ପ୍ରମୁଖ ବ୍ରାହ୍ମଣ ଚେହେରା । ପୂର୍ବରୁ ସେ ବିଜେପି ପ୍ରଦେଶ ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । ଦିଲ୍ଲୀ ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ବି ଥିଲେ । ଏହି କାରଣରୁ ତାଙ୍କ ପାଖରେ ସଂଗଠନ ଏବଂ ପ୍ରଶାସନର ଅଭିଜ୍ଞତା ରହିଛି । ମଧ୍ୟପ୍ରଦେଶ ନିର୍ବାଚନ ବେଳେ ସେ ସହପ୍ରଭାରୀ ଥିଲେ । ଏହାସହ ଆର୍‌ଏସ୍‌ଏସ୍‌ର ବି ସେ ନିକଟତର ।

ବିଜେନ୍ଦ୍ର ଗୁପ୍ତା: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ବିଜେନ୍ଦ୍ର ଗୁପ୍ତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଅଛି । ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ ବିଜେନ୍ଦ୍ର ଗୁପ୍ତା । ସେ ବିଜେପି ଅଧ୍ୟକ୍ଷ ବି ରହିସାରିଛନ୍ତି । ବିଜେପିର ସେ ଜଣେ ଟାଣୁଆ ଚେହେରା ଏବଂ ଆପ୍ ଲହର ସତ୍ତ୍ୱେ ବି ପୂର୍ବ ନିର୍ବାଚନରେ ସେ ବିଧାନସଭା ଜିତି ସାରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.