ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କରୋନା-ଜିବିଏସ୍ ପରେ ଏବେ ଚିନ୍ତା ଘାରିଲାଣି ଆଉ ଏକ ଅଜଣା ରୋଗ, ଜମ୍ମୁ-କାଶ୍ମୀରରେ ଗଲାଣି ୧୭ ଜୀବନ ୩୬୩ ଜଣ କ୍ୱାରେଣ୍ଟାଇନ

Published By : Prameya | February 8, 2025 3:33 PM

ଶ୍ରୀନଗର, ୮।୨: କରୋନା-ଜିବିଏସ୍ ପରେ ପୁଣି ଆତଙ୍କ ଖେଳାଇଲାଣି ଆଉ ଏକ ଅଜଣା ରୋଗ । ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ବଧଲ ଗ୍ରାମରେ ଏକ ଅଜଣା ରୋଗ ଦେଖା ଦେଇଛି । ଏହି ଅଜଣା ରୋଗରେ ଏପର‌୍ୟ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ସଚିବ ସୟଦ ଆବିଦ ରସିଦ ଶାହ କହିଛନ୍ତି ଯେ, ଏହି ରୋଗରେ ଆକ୍ରାନ୍ତ ହୋଇଥିବା ୫୫ ଜଣଙ୍କ ମଧ୍ୟରୁ ୩୮ ଜଣ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଏ ପର୍ଯ୍ୟନ୍ତ ଏହି ରୋଗରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ କୌଣସି ନୂଆ ଆଡମିସନ୍ ନାହିଁ, ବିଶେଷଜ୍ଞ ଟିମ୍ ତଦାରଖ କରୁଛନ୍ତି । ଏହି ସମୟରେ କୌଣସି ନୂଆ ରୋଗୀଙ୍କୁ ଭର୍ତ୍ତି କରାଯାଇ ନାହିଁ ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । 

ପିଜିଆଇଏମ୍ଇଆର, ଚଣ୍ଡିଗଡ଼ ଏବଂ ନୂଆଦିଲ୍ଲୀ ଏମ୍ସର ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ବର୍ତ୍ତମାନର ରୋଗୀମାନଙ୍କର ପରୀକ୍ଷା କରୁଛନ୍ତି । ୬୦ଟି ଭିନ୍ନ ଭିନ୍ନ ପରିବାରର ୩୬୩ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଥିବା ବିଭାଗୀୟ କମିଶନର ରମେଶ କୁମାର କହିଛନ୍ତି । ଏହାବ୍ୟତୀତ ଏହି ରୋଗର ଅନ୍ୟ କୌଣସି ଉତ୍ସ ଚିହ୍ନଟ କରିବା ପାଇଁ ୫୯୨ଟି ପଶୁଙ୍କ ବିଶେଷ ଯତ୍ନ ନିଆଯାଉଛି । ଡିସେମ୍ବର ୭ରୁ ଜାନୁଆରୀ ୧୯ ମଧ୍ୟରେ ଏହି ରହସ୍ୟମୟ ରୋଗରେ ୩ଟି ପରିବାରର ୧୭ ଜଣ ପ୍ରାଣ ହରାଇଛନ୍ତି । ଏହି ରୋଗ ବ୍ୟାପିବାର କାରଣ ସମ୍ପର୍କରେ ପ୍ରଶାସନ ଗଭୀର ଅନୁସନ୍ଧାନ ଜାରି ରଖିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ସ୍ଥିତିସମୀକ୍ଷା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.