ପ୍ରମୂଖ ଖବର
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଓଡ଼ିଶା ଆସୁଛନ୍ତି ଅମିତ୍‌ ଶାହ, ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କରିବେ ମାରାଥନ୍ ପ୍ରଚାର

ପାଣିକୋଇଲି,୨୮/୦୫: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ  ଘମାଘୋଟ ପ୍ରଚାର । ମଙ୍ଗଳବାର ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ।  ଦିନ ୧୨ଟା ୪୫ରେ ଚାନ୍ଦବାଲିଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ। ଏହାପରେ  ନିର୍ବାଚନ ପ୍ରଚାର ପାଇଁ କୋରେଇ ବ୍ଲକ ଅନ୍ତର୍ଗତ ପାଣିକୋଇଲି ଯିବେ । ଭଦ୍ରକରେ ନିର୍ବାଚନୀ ପ୍ରଚାର କରିବା ପରେ ୨ଟା ୨୫ରେ ଶାହ ପାଣିକୋଇଲି ଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚି ଥିଲେ । ସେଠାରୁ ସଭାସ୍ଥଳକୁ ଯାଇ ବିଜେପି  ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସାଧାରଣ ଲୋକଙ୍କୁ ଉଦ୍‌ବୋଧନ ଦେବା ପରେ ଶ୍ରୀ ଶାହ ୩ଟା ୨୦ରେ ନିମାପଡ଼ା ଅଭିମୁଖେ ଯାତ୍ରା କରିବେ। ୪ଟାରେ ନିମାପଡା ଜନସଭାରେ ପ୍ରଚାର କରିବେ। 

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସକାଳ ୧୦ଟାରେ ବଡଚଣାରେ ସଭା କରିବେ। ଦିନ ୧୧ଟାରେ ଧର୍ମଶାଳା, ୧୨ଟା୧୫ରେ ବିଞ୍ଝାରପୁରରେ ପ୍ରଚାର କରିବେ। ଏହା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ପାଣିକୋଇଲି ସଭାରେ ସାମିଲ ରହିବେ। ଦିନ ୩ଟାରେ ସେ ବାଲିକୁଦାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ଧର୍ମେନ୍ଦ୍ର।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.