କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଦଳ ଟିଏମସିର ସବୁ ବିଧାୟକଙ୍କୁ ଭେଟିଛନ୍ତି । ବିଧାନସଭାରେ ବଜେଟ ସେସନ ପୂର୍ବରୁ ବିଧାୟକଙ୍କୁ ସାକ୍ଷାତ କରିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଏହି ସମୟରେ ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ନିଜ ବିଧାୟକଙ୍କ ସହ ସେ ଆଲୋଚନା ମଧ୍ୟ କରିଛନ୍ତି । ୨୦୨୬ରେ ହେବାକୁ ଥିବା ବେଙ୍ଗଲ ବିଧାନସଭା ନିର୍ବାଚନ ଦିଲ୍ଲୀ ଫଳାଫଳ ପ୍ରଭାବ ପକାଇ ପାରିବ ନାହିଁ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି । ଏହା ସହ ଦୁଇ ତୃତୀୟାଂଶ ବହୁମତ ସହ ଟିଏମସି ପୁଣି ଥରେ ସରକାର କରିବ ବୋଲି କହିଛନ୍ତି ଟିଏମସି ସୁପ୍ରିମୋ ।
ସେପଟେ କଂଗ୍ରେସକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ମମତା । ବେଙ୍ଗଲରେ କଂଗ୍ରେସର ଅସ୍ତିତ୍ବ ନାହିଁ ଏବଂ ବିଜେପିକୁ ଟକ୍କର ଦେବାକୁ ଏକାକୀ ଟିଏମସି ଯଥେଷ୍ଟ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ‘ଆସନ୍ତା ବର୍ଷ ତୃଣମୂଳ କଂଗ୍ରେସ ଦୁଇ-ତୃତୀୟାଂଶରୁ ଅଧିକ ବହୁମତ ସହିତ କ୍ଷମତାକୁ ଫେରିବ। ବେଙ୍ଗଲରେ ବିଜେପି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତୃଣମୂଳ କଂଗ୍ରେସ ଯଥେଷ୍ଟ। ଏଠାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ।’ ମମତା କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ହରିୟାଣାରେ କଂଗ୍ରେସକୁ ସାହାଯ୍ୟ କରିନଥିଲା ଏବଂ ସମାନ ଢ଼ଙ୍ଗରେ ଦିଲ୍ଲୀରେ କଂଗ୍ରେସ ଆମ୍ ଆଦମୀ ପାର୍ଟିକୁ ସାହାଯ୍ୟ କରିନାହିଁ।’
ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଆହୁରି କହିଛନ୍ତି, ‘ଯଦି ଉଭୟ ଦଳ ଏକାଠି କାମ କରିଥାନ୍ତେ ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା । ନାଦିଆ ଜିଲ୍ଲାର ଜଣେ ଟିଏମସି ବିଧାୟକ କହିଛନ୍ତି, କଂଗ୍ରେସ ପ୍ରାୟ ୫ ପ୍ରତିଶତ ଭୋଟ୍ ମିଳିବାରୁ ଫଳାଫଳ ଉପରେ ଏହାର ପ୍ରଭାବ ପଡ଼ିଛି । ପରିବର୍ତ୍ତନ କରିଛି। ଏଭଳି ସ୍ଥିତିରେ ଯଦି କଂଗ୍ରେସ, ଆପ୍ ସହିତ ମେଣ୍ଟ କରିଥାନ୍ତା, ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା।’ ମମତା ପଯେ ଆପ ହରିୟାଣାରେ ମଧ୍ୟ କଂଗ୍ରେସକୁ ସମର୍ଥନ କରିନାହିଁ। ତାଙ୍କର ବିଶ୍ୱାସ ଯେ ଯଦି ଉଭୟ ମେଣ୍ଟ ଅଂଶୀଦାର ଏକାଠି ନିର୍ବାଚନ ଲଢ଼ିଥାନ୍ତେ, ତେବେ ବିଜେପି ହରିୟାଣାରେ କ୍ଷମତାକୁ ଫେରି ନଥାନ୍ତା। ସେପଟେ ହରିୟାଣାରେ ମଧ୍ୟ AAP କଂଗ୍ରେସକୁ ସମର୍ଥନ କରିନାହିଁ । ଯଦି ଉଭୟ ସହଯୋଗୀ ଦଳ ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତେ ତେବେ ହରିୟାଣାରେ ବିଜେପିକୁ ପରାଜୟ ମିଳିଥାନ୍ତା ବୋଲି ମମତା ବାନାର୍ଜୀ କହିଛନ୍ତି ।