ପ୍ରମୂଖ ଖବର
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ AA22ର ପୋଷ୍ଟର ରିଲିଜ

Published By : Prameya | April 9, 2025 5:36 PM

ମୁମ୍ବାଇ, ୯/୪ : ସାଉଥ ଫିଲ୍ମ ନିର୍ଦେଶକ ଏଟଲୀ ଆକ୍ସନ ଏବଂ ମସାଲା ଫିଲ୍ମ ଲାଗି ଜଣାଶୁଣା । ତାଙ୍କ ଫିଲ୍ମ ଆକ୍ସନ ଏବଂ ଏଣ୍ଟରଟେନମେଣ୍ଟର ପାଓ୍ବାର ପ୍ୟାକ୍ ହୋଇଥାଏ । ଏଟଲୀଙ୍କ ପୂର୍ବ ଫିଲ୍ମ ଯାଓ୍ବାନ ନା କେବଳ ବ୍ଲକବଷ୍ଟର ହୋଇଥିଲା ବରଂ ଫିଲ୍ମ ୧୦୦୦କୋଟି କ୍ଲବରେ ଏଣ୍ଟ୍ରିବି ନେଇଥିଲା । ନିଜ ସୁପରହିଟ୍ ଫିଲ୍ମର ଗ୍ରାଫ୍ ସହ ଏଟଲୀ ବାରମ୍ବାର କଣ୍ଟେ୍ରାଭର୍ସି ନଜର ଆସିଛନ୍ତି । ଗତକାଲି ରିଲିଜ ହୋଇଥିବା ଅଲ୍ଲୁ ଅର୍ଜୁନଙ୍କ ସହ ଆଗାମୀ ଫିଲ୍ମ AA22 ର ପୋଷ୍ଟର ଉପରେ ଏବେ ବହୁ ଚର୍ଚ୍ଚା ଜାରି ରହିଛି ।

୮ଏପ୍ରିଲରେ ଏଟଲୀ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ତାଙ୍କ ସହ ନିଜ ଆଗାମୀ ସାଇନ୍ସ ଫିକ୍ଶନ ଫିଲ୍ମ AA22ର ପୋଷ୍ଟର ରିଲିଜ ହୋଇଛି । ଫିଲ୍ମର ପୋଷ୍ଟରକୁ ସୋସିଆଲ ମିଡ଼ିଆରେ ଖୁବ୍ ତାରିଫ ମିଳୁଛି । ଫ୍ୟାନ୍ସ ତାଙ୍କ ତରଫରୁ ଅଲ୍ଲୁ ଅର୍ଜୁନଙ୍କୁ ଏହି ମେଗା କୋଲ୍ୟାବ ଲାଗି ଏକ୍ସାଇଟେଡ ନଜର ଆସିଛନ୍ତି ମାତ୍ର ଅନ୍ୟପଟେ ଟ୍ରୋଲର୍ସ ଫିଲ୍ମର ପୋଷ୍ଟରକୁ ହଲିଡ଼ର ଫିଲ୍ମ ଡ୍ୟୁନରୁ କପି କରାଯାଇଥିବା କହୁଛନ୍ତି । ଏହା ପୂର୍ବରୁ ବି ଏଟଲୀଙ୍କ ଉପରେ ଫିଲ୍ମର ସିକ୍ବେଂସ କପି କରିବାର ଅଭିଯୋଗ ଲାଗିସାରିଛି । ଏହା ଉପରେ ସେ କହିଛନ୍ତି କି କ୍ରିଏଟିଭ ଫିଲ୍ଡରେ ଷ୍ଟୋରୀ ଏକାଭଳି ହେବା ହଠାତ୍ । ଏହା ନୁହେଁ ଯେ ମୁଁ କପି କରୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.