ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଥମୁନି ଆହ୍ଲାବାଦିଆଙ୍କ ବିବାଦ, ୟୁଟ୍ୟୁବରଙ୍କ ବିରୋଧରେ ସଂସଦୀୟ କମିଟିରେ ଅଭିଯୋଗ

Published By : Prameya | February 12, 2025 8:37 AM

ମୁମ୍ବାଇ ୧୨/୦୨: ସମୟ ରୈନାଙ୍କର ୟୁଟ୍ୟୁବ୍‌ ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ'ରେ ପିତାମାତାଙ୍କ ସଂପର୍କରେ ଆପତ୍ତିଜନକ ବୟାନ ଦେଇ ବିବାଦରେ ଫସିଥିବା ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କର ସମସ୍ୟା ଯେପରି ସରୁନାହିଁ । ଶୋ’ରେ ଅତିଥି ଭାବେ ସାମିଲ ହୋଇଥିବା ଆହ୍ଲାବାଦିଆଙ୍କ ସେହି ବୟାନକୁ ନେଇ ବିବାଦ ବଢ଼ିବା ପରେ ସୋମବାର କ୍ଷମା ମାଗିଥିଲେ ସେ । ମଙ୍ଗଳବାର ଶିବସେନା(ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସଂସଦର ଆଇଟି କମିଟିରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି । ସେଥିରେ ଆହ୍ଲାବାଦିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଗାଇଡ୍‌ଲାଇନ୍‌ ଜାରି ପାଇଁ ସେ ଦାବି କରିଛନ୍ତି । ଆଇଟି କମିଟି ଆହ୍ଲାବାଦିଆଙ୍କୁ ନୋଟିସ୍‌ ପଠାଇବା ନେଇ ବିଚାର କରୁଥିବା ସୂଚନା ମିଳିଛି । 

ସେପଟେ ମୁମ୍ବାଇ ପୁଲିସ ଏହି ମାମଲାରେ ଶୋ’ର ଉପସ୍ଥାପକ ସମୟ ରୈନା, ରଣବୀର ଆହ୍ଲାବାଦିଆ ଓ ଅପୂର୍ବ ମଖିଜାଙ୍କ ସମେତ ଆୟୋଜକଙ୍କ ବିରୋଧରେ ଗତକାଲି ମାମଲା ରୁଜୁ କରିଥିଲା । ସେ ସଂପର୍କରେ ତଦନ୍ତ ଲାଗି ଆଜି ଭର୍ସୋଭାସ୍ଥିତ ଆହ୍ଲାବାଦିଆଙ୍କ ଘରେ ୫ ପୁଲିସ ଅଧିକାରୀଙ୍କ ଟିମ୍‌ ପହଞ୍ଚିଥିଲେ । ରୈନା ଓ ଆହ୍ଲାବାଦିଆଙ୍କୁ ତଦନ୍ତକାରୀ ଅଧିକାରୀଙ୍କ ସାମ୍ନାରେ ହାଜର ହୋଇ ନିଜର ବୟାନ ରଖିବାକୁ କହିଛି ପୁଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.