ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଅଧାପନ୍ତରିଆ ଆକରପାଲି ବ୍ରିଜ,୬ ଗ୍ରାମବାସୀଙ୍କ ଯାତାୟତରେ ସମସ୍ୟା

Published By : Prameya | February 9, 2025 11:02 PM

ମାଲକାନଗିରି,୯/୨(ଆପ୍ର ) :   ମାଲକାନଗିରି ଜିଲ୍ଲା ମାଟାପେକା ପଞ୍ଚାୟତ ଆକରପାଲି ବ୍ରିଜଟି ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ  ଦୀର୍ଘ ଏକ ବର୍ଷଧରି ନିର୍ମାଣ ଚାଲିଛି । ଏହା ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ୬ଖଣ୍ଡ ଗ୍ରାମବାସୀଙ୍କ ଯାତାୟତରେ ବାଧାସୃଷ୍ଟି ହେଉଛି।  

କତାମାଟେରୁ ଆକରପାଲି ରାସ୍ତା କୁ ସଂଯୋଗ କରୁଥିବା ଏହି ବ୍ରିଜଟି ଗତ ୨୦୨୩ ରେ ଟେଣ୍ଡର ହୋଇ ଗତ ୨୦୨୪ ରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ଚଳିତ ବର୍ଷ ଜାନୁଆରୀ ମାସ ରେ ନିର୍ମାଣ ଶେଷ ହେବାର ଥିବା ବେଳେ ବ୍ରିଜ ଟି ର କାମ ମାତ୍ର ୪୦ଭାଗ ହୋଇଛି। ବ୍ରିଜ ଛାତ ପଡିନାହିଁ କି ପାର୍ଶ୍ଵ ରାସ୍ତା ମଧ୍ୟ ହୋଇ ନାହିଁ।ନିମ୍ମ ମାନର କାମ ଯୋଗୁଁ ବ୍ରିଜ ଟି ନିର୍ମାଣ ହେଉ ହେଉ ରଡ଼ ସିମେଣ୍ଟ ସବୁ   ଖସି ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ବ୍ରିଜଟି ନିର୍ମାଣ ହୋଇଗଲେ କତାମୋଟେରୁ, ଆକରପାଲ୍ଲୀ, ପୁରୁଣାଗୁଡା, ନନ୍ଦୀବେଢା, ମାଟାପେକା, ପୁଷ ପାଲି ଗ୍ରାମ ର ପ୍ରାୟ ୩ହଜାର ରୁ ଉର୍ଦ୍ଧ ଲୋକଙ୍କର ଯାତାୟତ ରେ ସୁବିଧା ହେବ।  ଏହା ଛତିଶଗଡ଼ ସୀମାନ୍ତ ରେ ଥିବାରୁ ଓଡିଶା ଓ ଛତିଶଗଡ଼ ଦୁଇ ରାଜ୍ୟ କୁ ମଧ୍ୟ ସଂଯୋଗ ହୋଇପାରିବ।

 ମାଲକାନଗିରି ବ୍ଲକସ୍ଥ ମାଟାପେକା ପଞ୍ଚାୟତ ଆକର ପାଲି ଠାରୁ କତାମାଟେରୁ ୩କିଲୋମିଟର ରାସ୍ତାର ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ରାସ୍ତା ମଝି ରେ ଥିବା ଦୁଇଟି ସ୍ଥାନ ରେ କଲଭର୍ଟ ଭାଙ୍ଗି ଯାଇ ଥିବାରୁ ଯାତାୟତ ରେ ବହୁତ ଅସୁବିଧା ହେଉଛି।  ଏହି ସବୁ ଗ୍ରାମ ର ପିଲା ମାନେ ସ୍କୁଲ କୁ ଯିବା ଆସିବା କଷ୍ଟକର ହୋଇପଡୁଛି। କତାମେଟାରୁ ଗ୍ରାମକୁ ଭଲ ରାସ୍ତା ଟିଏ ନଥିବାରୁ ଗାଁ କୁ ଆମ୍ବୁଲାନ୍ସ ଟିଏ ଯିବା ମଧ୍ୟ କଷ୍ଟ ହୋଇପଡୁଛି। ରୋଗୀ କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲ କୁ ନେବାକୁ ହେଲେ ଅଧିକ ରାସ୍ତା ଶିଖପାଲି ହୋଇ ଯିବାକୁ ହୋଇଥାଏ, ତୁରନ୍ତ ଏହି ବ୍ରିଜ ଓ ରାସ୍ତା ନିର୍ମାଣ କାମ ସାରିବା ପାଇଁ ମାଟାପେକା ପଞ୍ଚାୟତ ସରପଞ୍ଚ ବିନାୟକ ଚନ୍ଦ୍ର ମାଡକାମି  ବିଡିଓ ଙ୍କ ନିକଟରେ ଦାବି କରିଛନ୍ତି।

ଆକରପାଲ୍ଲୀ ବ୍ରିଜ ନିମ୍ମ ମାନର ଓ ଅଧାପନ୍ତରିଆ ନିର୍ମାଣ ସମ୍ପର୍କ ରେ ମାଲକାନଗିରି ବ୍ଲକ କନିଷ୍ଟ ଯନ୍ତ୍ରୀ ଇଂ ବୁଦ୍ଧିରାମ ଙ୍କୁ ପଚାରିବାରୁ ସେ କହିଛନ୍ତି, ବ୍ରିଜ ନିର୍ମାଣ କରୁଥିବା ଠିକା ଦାର ଙ୍କୁ ତାଗିଦ କରା ଯିବ । ସେ ଭଲ ଭାବରେ ବ୍ରିଜଟିକୁ ନିର୍ମାଣ କାମ ଯେପରି ଆସନ୍ତା ବର୍ଷା ଋତୁ ପୂର୍ବରୁ ସାରିବେ। ବ୍ରିଜ ନିମ୍ମ ମାନ ନିର୍ମାଣ କାମ ର ଯାଞ୍ଚ କରା ଯିବ ବୋଲି ସେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.