ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ମହିଳାଙ୍କ ନିତମ୍ବରେ ଫସିଥିଲା ଛୁଞ୍ଚି, ୩ ବର୍ଷ ପରେ ଶରୀରରୁ ବାହାରକଲେ ଡାକ୍ତର

ନୂଆଦିଲ୍ଲୀ ୨୯/୦୫: ରାଜଧାନୀ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ନିକଟରେ ଡାକ୍ତରମାନେ ଏକ ଜଟିଳ ଅସ୍ତ୍ରୋପଚାର କରିଛନ୍ତି । ଏହି ସମୟରେ ଜଣେ ମହିଳା ରମ୍ଭା ଦେବୀଙ୍କ ନିତମ୍ବରେ ୩ ବର୍ଷ ହେଲା ଫସିଥିବା ଏକ ଛୁଞ୍ଚିକୁ ବାହାର କରାଯାଇଛି । ସିଲାଇ କରିବା ସମୟରେ ଏହା ତାଙ୍କ ନିତମ୍ବରେ ପଶିଯାଇଥିଲା । କିନ୍ତୁ ସେ ଏ ସଂପର୍କରେ କିଛି ଜାଣିନଥିଲେ ।

ରିପୋର୍ଟ ଅନୁସାରେ, ୩ ବର୍ଷ ପୂର୍ବରୁ ରମ୍ଭା ଦେବୀ ନିଜର ବେଡ୍‌ରୁମ୍‌ରେ ସିଲାଇ କରୁଥିବାବେଳେ ବିଛଣା ଉପରେ ଛୁଞ୍ଚିଟିକୁ ରଖି ଦେଇଥିଲେ । ଆଉ କିଛି କାମ କରିବା ଲାଗି ସେ ସେଠାରୁ ଉଠିବାବେଳେ ତାଙ୍କର ପାଦ ଖସିଯାଇଥିଲା ଓ ସେ ବିଛଣା ଉପରେ ପଡି଼ଯାଇଥିଲେ । ହଠାତ୍‌ ତାଙ୍କ ନିତମ୍ବରେ ତୀବ୍ର ଯନ୍ତ୍ରଣା ହେଲା । କିନ୍ତୁ ପ୍ରକୃତ ଘଟଣା କ’ଣ ତାହା ସେ ଜାଣିପାରିଲେ ନାହିଁ । ଚାରିଆଡ଼କୁ ଚାହିଁବାରୁ ବିଛଣା ଉପରେ ଏକ ଭଙ୍ଗା ଛୁଞ୍ଚି ପଡି଼ଥିବା ସେ ଦେଖିଲେ । ଛୁଞ୍ଚିର ଅନ୍ୟ ଅଂଶଟି ବୋଧହୁଏ ରୁମ୍‌ ମଧ୍ୟରେ କେଉଁଠି ପଡି଼ଥିବ ବୋଲି ରମ୍ଭା ଦେବୀ ମନେକଲେ । ଅନେକ ଦିନ ଧରି ସେ ଛୁଞ୍ଚିର ଭଙ୍ଗା ଅଂଶକୁ ଖୋଜିଚାଲିଲେ । କିନ୍ତୁ ତାକୁ ପାଇଲେ ନାହିଁ । 

ଏହାପରେ ଅନ୍ୟ କାମରେ ମଗ୍ନ ହୋଇ ରମ୍ଭାଦେବୀ ଏହାକୁ ଭୁଲିଗଲେ । କିନ୍ତୁ ନିତମ୍ବରେ ସେ ଲଗାତର ଯନ୍ତ୍ରଣା ଅନୁଭବ କରୁଥିଲେ । ସମୟ ସହିତ ଏହି ଯନ୍ତ୍ରଣା ବଢ଼ିଚାଲିଲା । ଯନ୍ତ୍ରଣା ସହି ନପାରି ନିକଟରେ ସେ ଡାକ୍ତରୀ ସହାୟତା ନେବାକୁ ଚିନ୍ତା କଲେ । ଏକ୍ସ-ରେ ପରେ ଡାକ୍ତରମାନେ ଛୁଞ୍ଚିର ହଜିଯାଇଥିବା ସେହି ଭଙ୍ଗା ଅଂଶଟି ତାଙ୍କ ନିତମ୍ବର ମାଂସପେଶୀରେ ଫସି ରହିଥିବା ଦର୍ଶାଇଲେ । ଏହାପରେ ଛୁଞ୍ଚିକୁ ବାହାର କରିବା ଲାଗି ସେ ଅନେକ ଡାକ୍ତରଙ୍କ ଦ୍ୱାରସ୍ଥ ହେଲେ । କିନ୍ତୁ ତାହା ମାଂସପେଶୀର ବହୁତ ଭିତରକୁ ପଶିଯାଇଥିବାରୁ ତାକୁ ବାହାର କଲେ ଅତ୍ୟଧିକ ରକ୍ତସ୍ରାବ ହେବା ଆଶଙ୍କାରେ କେହି ଅସ୍ତ୍ରୋପଚାର କରିବାକୁ ରାଜି ହେଲେ ନାହିଁ । ଶେଷରେ ସେ ସାର୍‌ ଗଙ୍ଗାରାମ ହସ୍ପିଟାଲର ବରିଷ୍ଠ କନ୍‌ସଲଟାଣ୍ଟ ଡାକ୍ତର ତରୁଣ ମିତ୍ତଲଙ୍କର ସହାୟତା ନେଲେ । 

ଡାକ୍ତର ତରୁଣ ମିତ୍ତଲ କହିଛନ୍ତି, ଛୁଞ୍ଚିଟି ମହିଳାଙ୍କର ନିତମ୍ବ ମାଂସପେଶୀର ବହୁତ ଭିତରକୁ ପଶିଯାଇଥିବାରୁ ତାର ପ୍ରକୃତ ସ୍ଥାନ ସଂପର୍କରେ ଜାଣିବାକୁ ଏକାଧିକ ଏକ୍ସ-ରେ, ସିଟି ସ୍କାନ କରାଯାଇଥିଲା । ଶେଷରେ ଆମ ଟିମ୍‌ ଛୁଞ୍ଚିକୁ ଠାବ କରି ତାକୁ ଅକ୍ଷତ ଅବସ୍ଥାରେ କାଢ଼ିଛନ୍ତି । ଏହା ଏକ ଅତି ଜଟିଳ ଅସ୍ତ୍ରୋପଚାର ହୋଇଥିବାବେଳେ ଆମର ବିଶେଷଜ୍ଞ ଟିମ୍‌ ଏହାକୁ ସଫଳ କରି ଦେଖାଇଛନ୍ତି । ବର୍ତ୍ତମାନ ମହିଳା ଜଣକ ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି । ସେହିପରି ଶରୀରରେ କୌଣସି ସ୍ଥାନରେ ଯନ୍ତ୍ରଣା ଅନୁଭବ କଲେ ତୁରନ୍ତ ଡାକ୍ତରମାନଙ୍କ ସହିତ ପରାମର୍ଶ କରିବାକୁ ମିତ୍ତଲ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.