ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

Published By : Harapriya Sethi | October 13, 2024 10:01 AM

ଭାପୁର,୧୩/୧୦: ଆକ୍ସନ ମୋଡ଼ରେ ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ । କର୍ତ୍ତବ୍ୟରେ ଅବହେଳା ପାଇଁ ଫତେଗଡ଼ ଥାନାର ଦୁଇ ପୋଲିସ ସସ୍‌ପେଣ୍ଡ । ପିଏସଆଇ ସୁଚିତ୍ର ବେହେରା, କନଷ୍ଟେବଲ୍‌ ମୂଳିଚରଣ ନାୟକ ସସ୍‌ପେଣ୍ଡ୍। 

ସୂଚନା ମୁତାବକ, ଦୁଇ ଦିନ ତଳେ ପଦ୍ମାବତୀ ପଞ୍ଚାୟତ ଝଗଡପଡା ଗ୍ରାମର ଜଣେ ଅଭିଯୁକ୍ତ ଥାନାରୁ ଚମ୍ପଟ୍‌ ମାରିବା ଘଟଣାରେ ଏସିପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଘଟଣାରୁ ପ୍ରକାଶ ଝଗଡପଡା ଗ୍ରାମର ରମେଶ ପ୍ରଧାନ ଜଣେ ନାବାଳିକା ଝିଅକୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ରମେଶକୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ରମେଶ କୈଶଳ କ୍ରମେ ଖସି ଯାଇଥିଲେ। ଦାୟିତ୍ଵରେ ଥିବା ଦୁଇ ପୋଲିସ କର୍ମଚାରୀ ସୁଚିତ୍ର ବେହେରା, କନଷ୍ଟେବଲ୍‌ ମୂଳିଚରଣ ନାୟକଙ୍କୁ ଏସିପି ନିଲମ୍ବିତ କରିଥିବା ଖଣ୍ଡପଡ଼ା ଏସଡିପିଓ ବିମଳ କୁମାର ବାରିକଙ୍କ ଠାରୁ ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.