ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଲସିରେ ନିଶା ଦେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

Published By : Prameya | February 11, 2025 12:05 PM

ଚନ୍ଦ୍ରଶେଖରପୁର, ୧୧/୦୨: ପ୍ରଥମେ ବନ୍ଧୁତା । ପରେ ସାହାଯ୍ୟ ଆଳରେ ମହିଳାଙ୍କ ନିକଟତର ହେଲେ । ମହିଳାଙ୍କୁ ଘରେ ଏକୁଟିଆ ପାଇ ଲସିରେ ନିଶା ଦେଇ ଦୁଷ୍କର୍ମ କଲେ । ଦୁଷ୍କର୍ମ ସମୟରେ ଫଟୋ ଉଠାଇ ଭାଇରାଲର ଧମକ ମଧ୍ୟ ଦେଲେ । ଥାନାରେ ଏତଲା ପରେ ଅଭିଯୁକ୍ତକୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା ମିଥୁନ୍‌ ଓରଫ୍‌ ମନୋରଞ୍ଜନ ବିଶ୍ୱାଳ (୩୪)  । ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବଡରୋଡଙ୍ଗ ଗାଁରେ । ସେ ଏଠାରେ କ୍ୟାପିଟାଲ ଥାନା ୟୁନିଟ୍‌-୬ରେ ରହୁଥିଲା ।

ଆଠ ମାସ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ପୀଡ଼ତା ମହିଳା ରୂପାଲି(ଛଦ୍ମନାମ)ଙ୍କ ସହ ଅଭିଯୁକ୍ତ ମିଥୁନର ପରିଚୟ ହୋଇଥିଲା । ପରେ ସେ ପ୍ରାୟତଃ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲା । ସମୟ ଅସମୟରେ ସହାୟତା ଯୋଗୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ଗତ ବର୍ଷ ଏପ୍ରିଲ ୧୦ରେ ରୂପାଲି ଘରେ ଏକା ଥିଲେ । ମିଥୁନ ଲସି ନେଇ ଆସିଥିଲେ, ତାଙ୍କୁ ପିଇବାକୁ ଦେଇଥିଲେ । ରୂପାଲି ଏହାକୁ ପିଇ ବେହୋସ ହୋଇଯାଇଥିଲେ । ଚେତା ଫେରିବା ପରେ, ସେ ଅନୁଭବ କଲେ ଦୁଷ୍କର୍ମର ଶିକାର ହୋଇଥିବା ଅନୁଭବ କଲେ । ତେବ ଏ ବିଷୟରେ ସେ ମିଥୁନକୁ ପଚାରିବାରୁ ସେ ତାଙ୍କୁ ଚୁପ ରହିବାକୁ ତାଗିଦ କରିଥିଲା । 

ତେବେ ଏହି ଘଟଣା ପରଠୁ ମିଥୁନ କିଛି ଦିନ ପାଇଁ ମହିଳାଙ୍କ ଠାରୁ ଦୂରେଇ ଯାଇଥିଲା । ପରେ ପୁଣି ରୂପାଲିଙ୍କ ଘରକୁ ଆସିବା ଆରମ୍ଭ କଲା । ସ୍ୱାମୀ ଘରେ ନଥିବା ସମୟରେ ତାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ରୁପାଲି ରାଜି ନହେବାରୁ ତାଙ୍କର ନଗ୍ନ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେଉଥିଲା । ଗତ ନଭେମ୍ବର ୨ରେ ମିଥୁନ ଫୋନ୍‌ କରି ୫୦ ହଜାର ଟଙ୍କା ଦେବାକୁ କହିଥିଲା । ଟଙ୍କା ନ ଦେଲେ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଥିଲା । ଶେଷରେ କିଛି ଉପାୟ ନପାଇ ରୂପାଲି ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଆଜି ମିଥୁନକୁ ଗିରଫ ପରେ କୋର୍ଟ ଚାଲଣ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.