ଜୟପୁର, ୫।୨ : ବିକ୍ରମଦେବ ବିଶ୍ବବିଦ୍ୟାଳୟର ଛାତ୍ର ରାମଚନ୍ଦ୍ର ମାଢୀଙ୍କୁ ଛୁରା ମାଡ ଘଟଣାରେ ୫ ନାବାଳକ ସହ ଜଣେ ଅଭିଯୁକ୍ତ ପୋଲିସ ହାତରେ ଧରାପଡିଛନ୍ତି।ନାବାଳକ ମାନଙ୍କୁ ସୁଧାର ଗୃହକୁ ପଠାଯାଇଥିବା ବେଳେ ଅଭିଯୁକ୍ତ ଗୌରବ ପରଜାକୁ କୋର୍ଟ ଚାଲାଣ କରାଯାଇଛି। ମୋବାଇଲ ଲୁଟ ଉଦ୍ୟମ କରି ବିଫଳ ହେବା ପରେ ଅଭିଯୁକ୍ତ ମାନେ ରାମଚନ୍ଦ୍ରଙ୍କୁ କରିଥିଲେ ଛୁରାମାଡ । ଗଂଜେଇ ସେବନ ପରେ ନିଶାଗ୍ରସ୍ତ ହୋଇ ଏମାନେ ଏମିତି କରୁଥିବା ସୂଚନା ଦେଇଛନ୍ତି ଟାଉନ ଥାନା ଅଧିକାରୀ ।
ଗତ ୩ ତାରିଖ ଦିନ ସରସ୍ବତୀ ମୂର୍ତ୍ତୀ ବିସର୍ଜନ କରି ବିଶ୍ବବିଦ୍ୟାଳୟ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ସେପଟେ ଏହି ଘଟଣା ପରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ ଛାତ୍ରଛାତ୍ରୀ ନିଜକୁ ଅସୁରକ୍ଷିତ ମଣିଛନ୍ତି। ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି ସହ ରାମଚନ୍ଦ୍ରଙ୍କୁ ନ୍ୟାୟ ଦେବା ଦାବିରେ ବିଶ୍ବବିଦ୍ୟାଳୟ ମୁଖ୍ୟ ପାଟକରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।