ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କାଲକାଜି ଆସନରୁ ବିଜୟୀ ହେଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା

Published By : prameya | February 8, 2025 2:52 PM

ନୂଆଦିଲ୍ଲୀ,୦୮/୦୨: ଜିତିଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । କାଲକାଜି ଆସନରୁ ବିଜୟୀ ହୋଇଛନ୍ତି ଆତିଶୀ । ସେପଟେ ୨୭ ବର୍ଷ ପରେ ଦିଲ୍ଲୀକୁ ବ୍ୟାକ୍ କରୁଛି ବିଜେପି । ବିଜେପି ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୪୬ଟି ଆସନରେ ଆଗୁଆ ରହିଛି।

ତେବେ ଆପ୍  ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ମୋଟ ୨୨ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ଗୋଟିଏ ବି ଆସନ ଜିତିପାରିନାହିଁ। ସେପଟେ  ଦିଲ୍ଲୀ ଦଙ୍ଗଲରେ ବହୁ ହେଭିଓ୍ବେଟ୍ ନେତା ମାଟି କାମୁଡିଛନ୍ତି । ପୂର୍ବତନ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ପରାସ୍ତ ହୋଇଛନ୍ତି ।  ସେ ପରବେଶ୍ ବର୍ମାଙ୍କ ଠାରୁ ୩,୧୮୬ ଖଣ୍ଡ ଭୋଟରେ ହରାଇଛନ୍ତି । ଫଳରେ ନୂଆଦିଲ୍ଲୀ ଆସନ ଆପ୍ ହାତରୁ ଖସିଛି । ସେପଟେ କେଜ୍ରିଓ୍ବାଲଙ୍କୁ ହରାଇବା ପରେ ସେଲିବ୍ରେସନ ମୁଡରେ ପେରବେଶ ବର୍ମା । ଏହାପରେ ସେ ଅମିତ ଶାହାଙ୍କୁ ଭେଟିଛନ୍ତି  । ସିସୋଦିଆ ମଧ୍ୟ ଜଙ୍ଗପୁରା ଆସନରୁ ନିର୍ବାଚନ ହାରିଛନ୍ତି । ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜୀ ଆସନରୁ ନିର୍ବାଚନ ଜିତିଛନ୍ତି।ସତ୍ୟେନ୍ଦ୍ର ଜୈନ ମଧ୍ୟ ନିର୍ବାଚନ ହାରିଯାଇଛନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଉତ୍ସବ ଚାଲିଛି। ସନ୍ଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ମୁଖ୍ୟାଳୟରେ ପହଞ୍ଚି କର୍ମୀମାନଙ୍କ ମଧ୍ୟରେ ଭାଷଣ ଦେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.