ପ୍ରମୂଖ ଖବର
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଓଡ଼ିଶାରେ ଯୋଗାଯୋଗ କ୍ଷେତ୍ରରେ ସୃଷ୍ଟି ହେବ ନୂଆ ଯୁଗ, ୪ ହଜାର କୋଟି ଟଙ୍କାର ସଡକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପିତ

Published By : Prameya | April 17, 2025 8:23 PM

ଭୁବନେଶ୍ବର ୧୭।୪:  କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାକୁ ୪ ହଜାର କୋଟି ଟଙ୍କାର ସଡ଼କ ପ୍ରକଳ୍ପ ଭେଟି ଦେଇଛନ୍ତି । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗଡ଼କରୀ ରାଜ୍ୟ ପାଇଁ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ ।  ଯାହା  ଓଡ଼ିଶାରେ ଯୋଗାଯୋଗ କ୍ଷେତ୍ରରେ ସୃଷ୍ଟି ହେବ ନୂଆ ଯୁଗ ।

୪ ହଜାର କୋଟି ଟଙ୍କାରୁ ଅଧିକ ନିବେଶରେ ମୋଟ୍ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ୮ ଶହ କୋଟି ଟଙ୍କା ବ୍ୟୟରେ ୪୧କିମି ଦୈର୍ଘ୍ୟ ତାଳଚେର ଠାରୁ କାମାକ୍ଷାନଗର ୪ଲେନ୍‌  ରାଜପଥ ଓ  ୪୫କୋଟି ଟଙ୍କା ବ୍ୟୟରେ  ବାଲିକୁଦା, ଶିଖରପୁର ଏବଂ ବଡ଼ଚଣା ଠାରେ ଭେହିକୁଲର ଅଣ୍ଡରପାସ୍‌ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି  କେନ୍ଦ୍ରମନ୍ତ୍ରୀ ନିତିନ୍‌ ଗଡ଼କରୀ । ଏଥିସହ ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ ଓ ୪ଟି ସିଆରଆଇଏଫ ବ୍ରିଜର  ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପ ଗୁଡ଼ିକ ହେଲା, ବଅଁରପାଳ-ଗୋଡ଼ିବନ୍ଧ ୪ଲେନ୍‌ ରାଜପଥ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅନ୍ତର୍ଗତ ବାଙ୍ଗିରିପୋଷି ଘାଟି ୪ଲେନ୍‌ ରାଜପଥ,  ଜାତୀୟ ରାଜପଥ ୧୬ରେ ୫ଟି ଭେହିକୁଲର ଅଣ୍ଡରପାସ୍‌ ଏବଂ ଗୋଟିଏ ଫ୍ଲାଏ ଓଭର, ନିର୍ଗୁଣ୍ଡି ଠାରେ ଭେହିକୁଲର ଅଣ୍ଡରପାସ ଏବଂ ଛତିଆଠାରେ ଫ୍ଲାଏ ଓଭର, ସିଂଘରା-ବିଞ୍ଜିବାହଲ ଖଣ୍ଡର ହାତୀଗତି ପଥରେ ୪ଲେନ୍‌ ଭାୟାଡକ୍ଟ ନିର୍ମାଣ, ପଳାଶୁଣି ଠାରେ ଗଙ୍ଗୁଆ ନାଳ ଉପରେ ଅତିରିକ୍ତ  ୨ଲେନ୍‌ ସେତୁ, ଟିଟିଲାଗଡ଼ ଟାଉନ୍‌ ବାଏପାସ୍‌, ଧର୍ମଗଡ଼ ଟାଉନ୍‌ ବାଏପାସ, କଳାହାଣ୍ଡି ଜିଲ୍ଲାରେ ରେତ୍‌ ନଦୀ ଓ ସଗଡ଼ା ନଦୀ  ଉପରେ ସେତୁ ନିର୍ମାଣ, ମଙ୍ଗଳପୁର-କୟାଁଗୋଲା ଆରଡ଼ି ଖଣ୍ଡର ପ୍ରଶସ୍ତି କରଣ, ଦାରିଙ୍ଗବାଡ଼ି ଘାଟୀ ପ୍ରଶସ୍ତି କରଣ, ପୂଜାରୀପାଲି ଘାଟି-ଜରିମୂଳିରେ ମହାନଦୀ ଉପରେ ସେତୁ ନିର୍ମାଣ, କଳାହାଣ୍ଡି ତେଲ ନଦୀ ଓ ହାତୀ ନଦୀ  ଉପରେ ସେତୁ ନିର୍ମାଣ ଆଦି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ସଡ଼କ ମନ୍ତ୍ରୀ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ସଡକ  ଆମେରିକା ଭଳି ହେବ । ରାଜ୍ୟର ବିକାଶ ପାଇଁ ଭିତ୍ତିଭୂମିର ବିକାଶ ଆବଶ୍ୟକ । ଓଡ଼ିଶାରେ ୨ଲକ୍ଷ କୋଟିର ପ୍ରକଳ୍ପ କାମ ଚାଲୁ ରହିଛି । ଆଗକୁ ୩ଲକ୍ଷ କୋଟିର ପ୍ରକଳ୍ପ କାମ ସରିବ । 

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଥିଲେ ଏହି ୪ ହଜାର କୋଟିର ପ୍ରକଳ୍ପ ଦ୍ୱାରା ଯାତାୟାତ ସୁବିଧା ହେବ, ଅର୍ଥନୈତିକ ବିକାଶ ହେବ । ପ୍ରଧାନମନ୍ତ୍ରୀ ମୋଦି ଭିତ୍ତିଭୂମି ଏବଂ ସଡ଼କ ନିର୍ମାଣ ପାଇଁ ପ୍ରାଥମିକତା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.