ଭୁବନେଶ୍ବର, ୩୧/୧୦ : ରାଜଧାନୀରେ ଜଳିଗଲା ୩ ସାଇକେଲ ଦୋକାନ । ବାପୁଜୀନଗରସ୍ଥିତ ଥିବା ସାଇକେଲ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଲକ୍ଷାଧିକ ଟଙ୍କାର ସାଇକେଲ ପୋଡ଼ି ନଷ୍ଟ ହୋଇଯାଇଛି ।
ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଛି । ମାତ୍ର ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୀପାବଳି ଥିବାରୁ ଏହା କୌଣସି ବାଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ଏହା ବ୍ୟତୀତ ଏହା ସଟସର୍କିଟରୁ ହୋଇଥାଏ ପାରେ ବୋଲି ଅନୁମାନ ମଧ୍ୟ କରାଯାଉଛି । ମାତ୍ର ଖବରଲେଖା ହେବା ସୁଦ୍ଧା ଏହା ସ୍ପଷ୍ଟ ହୋଇପାରିନାହିଁ କ’ଣ ପାଇଁ ନିଆଁ ଲାଗିଛି ।