ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ଜଣେ ଆଶାକର୍ମୀ ଅଟକ

ବାଲେଶ୍ଵର, ୧୦/୦୬ : ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର। ଜଳେଶ୍ଵର ଅଞ୍ଚଳରୁ ପୋଲିସ ଶିଶୁପୁତ୍ରକୁ ଉଦ୍ଧାର କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଜଣେ ଆଶାକର୍ମୀ ଅଟକ ଅଛନ୍ତି। ଏହା ସହ ଶିଶୁକୁ ଚୋରି କରିଥିବା ମହିଳାଙ୍କ ଭିଡିଓ ହସ୍ପିଟାଲ ସିସି କ୍ୟାମେରାରୁ ଜବତ କରି ପୋଲିସ ଫଟୋ ଜାରି କରିଛି। ଖୁବ୍‌ଶୀଘ୍ର ଉକ୍ତ ମହିଳାଙ୍କୁ ଗିରଫ କରାଯିବ। ଏସ୍‌ପିଙ୍କ ନିର୍ଦ୍ଦେଶରେ ଡିଏସ୍‌ପି ଡା. ଶଶାଙ୍କ ଶେଖର ବେଉରା ଏବଂ ସହଦେବଖୁଣ୍ଟା ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ ହୋଇ ଛାନଭିନ୍ ଜାରି ରଖିଛନ୍ତି। 

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ କୁହ୍ଲାଚଡ଼ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନିତା ଦଣ୍ଡପାଟ ଶନିବାର ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସାଙ୍ଗରେ ଅନିତାଙ୍କ ଶାଶୂ, ସ୍ଥାନୀୟ ଆଶାକର୍ମୀ ସନ୍ଧ୍ୟାରାଣୀ ଜେନା ଥିଲେ । ରାତି ପ୍ରାୟ ୧୨ଟାରେ ଅନିତା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ରବିବାର ସକାଳେ ଏକ ଅଜଣା ମହିଳା ପହଞ୍ଚି ଅନିତାଙ୍କ ସହ କଥାବାର୍ତ୍ତା କରିବା ସହିତ ତାଙ୍କ ପିଲାକୁ ଧରିଥିଲେ । ପରେ ଆଶାକର୍ମୀ ସନ୍ଧ୍ୟାରାଣୀଙ୍କ ସହ କଥାବାର୍ତ୍ତା କରିଥିଲେ । କିଛି ସମୟ ପରେ ଆଶା କର୍ମୀ ଓ ଅନିତାଙ୍କ ଶାଶୂ ୱାର୍ଡରେ ନ ଥିବା ବେଳେ ଉକ୍ତ ମହିଳା ଶିଶୁକୁ ପୋଲିଓ ଦେବା କଥା କହି ନେଇଯାଇଥିଲେ । ଅନିତାଙ୍କ ଶାଶୂ ଆସି ପିଲା ନ ଥିବା ଦେଖି ପଚାରିବାରୁ ଅନିତା ସବୁ କଥା ଜଣାଇଥିଲେ । ଏହାରି ଭିତରେ ଅନେକ ସମୟ ବିତିଯାଇଥିଲେ ମଧ୍ୟ ଉକ୍ତ ଅଜଣା ମହିଳା ଶିଶୁକୁ ନେଇ ଫେରି ନ ଥିଲେ । ଖୋଜାଖୋଜି ପରେ ଅନିତାଙ୍କ ଶାଶୂଘର ଲୋକେ ହସ୍ପିଟାଲ ଫାଣ୍ଡିରେ ପିଲା ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଏନେଇ ଟାଉନ୍‌ ଥାନା ଆଇଆଇସି ବାରିଣି ଦାସ ତଦନ୍ତ ଆରମ୍ଭ କରିଥିଲା । ପୁଲିସ୍‌, ଡାକ୍ତରଖାନା କର୍ତ୍ତୃପକ୍ଷ ମିଳିତ ଭାବେ ହସ୍ପିଟାଲ ସିସି କ୍ୟାମେରା ଯାଞ୍ଚ କରିଥିଲେ । ଏଥି ସହ ଆଶାକର୍ମୀ ଓ ହସ୍ପିଟାଲ୍‌ ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରିଛି । ସହଦେବଖୁଣ୍ଟା ଥାନା ଅଧିକାରିଣୀ ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ତଦନ୍ତ କରି ଶିଶୁପୁତ୍ରକୁ ଠାବ କରିଥିବା ଜଣାପଡ଼ିଛି । ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ଅଞ୍ଚଳର ଜଣେ ମହିଳା ନବଜାତ ଶିଶୁଟିକୁ ଚୋରି କରିଥିବା ସୂଚନା ମିଳିଛି । ଡାକ୍ତରଖାନାର ଅଧିକାଂଶ ସିସିଟିଭି ଅଚଳ ଥିବାରୁ ସହରରେ ଲାଗିଥିବା ବିଭିନ୍ନ ସିସିଟିଭି ଯାଞ୍ଚ କରି ଶିଶୁକୁ ଠାବ କରାଯାଇଥିବା ଥାନା ଅଧିକାରିଣୀ ଶ୍ରୀମତି ମହାନ୍ତି ସୂଚନା ଦେଇଛନ୍ତି ।  ସୂଚନା ଥାଉକି, ବାଲେଶ୍ୱର ଡାକ୍ତରଖାନାରୁ ୨ ମାସ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ୪ରେ ଏକ ଶିଶୁପୁତ୍ର ଚୋରି ହୋଇଥିଲା । ପୁନର୍ବାର ଶିଶୁପୁତ୍ର ଚୋରି ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ଉପରେ ରୋଗୀ ସମ୍ପର୍କୀୟ ପ୍ରଶ୍ନ ଉଠାଇଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.