ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବରଫ ଚାଦର ଚିରି ଯାଉଛି ଟ୍ରେନ୍‌, ଦେଖନ୍ତୁ ଜମ୍ମୁ- କଶ୍ମୀରର ଅପୂର୍ବ ଦୃଶ୍ୟ … ରେଲୱେ ସେୟାର କଲା ଭିଡ଼ିଓ

ଶ୍ରୀନଗର : ଏହି ସମୟରେ ଖୁବ୍‌ ମନ ମୋହୁଛି ଜମ୍ମୁ-କଶ୍ମୀରର ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ। ବରଫରେ ଢାଙ୍କି ହୋଇ ରହିଛି ଟ୍ରେନ୍‌ ଲାଇନ୍‌। ଘାଟୀରେ ବରଫ ଚାଦରରେ ପର୍ଯ୍ୟଟକ ଏହାର ମଜା ନେଉଛନ୍ତି। ଏହି ମଧ୍ୟରେ ଭାରତୀୟ ରେଲୱେ ଏକ ଭିଡ଼ିଓ ସେୟାର କରିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି  ,ଏକ ଟ୍ରେନ୍‌ ବରଫର ଖୁବ୍‌ ସୁନ୍ଦର ଦୃଶ୍ୟରାଜି ମଧ୍ୟ ଦେଇ ଯାଉଛି । ଯଦି ଆପଣଙ୍କୁ ପୂର୍ବରୁ ଏହା କୁହା ନଯାଏ କି ଏହା ଭାରତର କଶ୍ମୀରର ଦୃଶ୍ୟ , ଏମିତି ହୋଇପାରେ କି ଆପଣ ଏହି ଭିଡ଼ିଓ କ୍ଲିପ୍‌କୁ ୟୁରୋପୀୟ ଦେଶର ମନେକରିବେ। ଇଣ୍ଡିଆନ୍‌ ରେଲୱେ ପକ୍ଷରୁ ସେୟାର କରାଯାଇ ଥିବା ଏହି ଭିଡ଼ିଓ କ୍ଲିପ୍‌ ୪୪ ସେକେଣ୍ଡର। ଏହାର ପ୍ରତି କ୍ଷଣ ଏତେ ସୁନ୍ଦର , ଯାହା ଦେଖିବା ଭଳି। 

ରେଲୱେ ପକ୍ଷରୁ ସେୟାର କରାଯାଇ ଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି କି ଟ୍ରେନ୍‌ ପ୍ରଥମେ ଧିମା ଗତିରେ ଷ୍ଟାର୍ଟ ହେଉଛି। ରେଲଗାଡ଼ିର ସାମନା କାଚ ବରଫରେ ଢାଙ୍କି ହୋଇଛି। ଯାହା ସଫା ହେଉଥିବାର ନଜର ଆସୁଛି । ଟ୍ରେନ୍‌ର ଟ୍ରାକ୍‌ରେ ମଧ୍ୟ ଅନେକ ବରଫ ଜମା ହୋଇ ରହିଛି। ଯାହାକି ଟ୍ରେନ୍‌ଟି  ଆଗକୁ ଆଗକୁ ଯିବାରେ ହଟି ଯାଉଛି। ଏହି ଦୃଶ୍ୟ ବଡ଼ ଆକର୍ଷଣୀୟ ଲାଗୁଛି । ଟ୍ରାକ୍‌ ବ୍ୟତୀତ , ଆଖପାଖ ଅଞ୍ଚଳରେ ମଧ୍ୟ ବରଫର ଚାଦରରେ ଢାଙ୍କି ହେବାର ଦେଖିବାକୁ ମିଳୁଛି। ଏହାକୁ ଏମିତି ବି କୁହାଯାଇ ପାରେ କି ଟ୍ରେନ୍‌ ଯେମିତି କୌଣସି ଏକ ବରଫ ଘର ମଧ୍ୟ ଦେଇ ଯାତ୍ରା କରୁଛି। ଏହି ଭିଡ଼ିଓ କ୍ଲିପ୍‌ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏବଂ ଲୋକେ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ଏହାସହ ଇଣ୍ଟରନେଟ୍‌ ୟୁଜର ଏହି ସୌନ୍ଦର୍ଯ୍ୟକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଅନେକ ଲୋକ ତ ଏହି ଟ୍ରେନ୍‌ରେ ଯାତ୍ରାର ଅନୁଭବକୁ ଲେଖିଛନ୍ତି ।


କହି ରଖୁଛୁ କି, କଶ୍ମୀରର ଲୋକଙ୍କୁ ଶୀତ ଲହରୀରେ କିଛି ଆଶ୍ୱସ୍ତି ମିଳିଛି। ଅଧିକାରୀମାନେ କହିଛନ୍ତି , ଉତ୍ତରୀ କଶ୍ମୀରରେ ଗୁଲମର୍ଗ ସ୍କିଇଂ ରିଜର୍ଟରେ ତାପମାତ୍ରା ଶୂନ୍ୟରୁ ନିମ୍ନ ୭ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ଦକ୍ଷିଣ କଶ୍ମୀରରେ ପର୍ଯ୍ୟଟନ ସ୍ଥଳ ପହଲଗାମରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ତଳେ ୮.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି , ଯାହା କି ଗତ ରାତିରେ ଘାଟୀର ସବୁଠୁ ଥଣ୍ଡା ସ୍ଥାନ ରହିଛି। ଦକ୍ଷିଣ କଶ୍ମୀରର କୋକେରନାଗରେ ସର୍ବନିମ୍ନ ତାପମାତ୍ରା ୩.୭ ଡିଗ୍ରୀ ଓ କାଜିଗୁଣ୍ଡରେ ୫.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ତଳେ ୪.୯ ଡିଗ୍ରୀ ସେଲସିୟସ ରହିଛି। ପହଲଗାମ ,କାଜିଗୁଣ୍ଡ ଓ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟରୁ ପାଖାପାଖି ୪ଡିଗ୍ରୀ ତଳେ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.