ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱର ୧ ନମ୍ବର ଅଟୋମୋବାଇଲ ବଜାର ହେବ ଭାରତ, ଏ କ୍ଷେତ୍ରରେ ରହିଛି ବ୍ୟାପକ ସମ୍ଭାବନା

ନୂଆଦିଲ୍ଲୀ,୧୨/୦୨: ଏବେ ଦେଶର ଅଟୋମୋବାଇଲ ଶିଳ୍ପ ଦ୍ରୁତ ଅଭିବୃଦ୍ଧି କରୁଛି । ବିଶ୍ୱର ପ୍ରମୁଖ କମ୍ପାନିଗୁଡିକ ଭାରତରେ ଉପସ୍ଥିତି ବଢ଼ାଇଛନ୍ତି । ଏ କ୍ଷେତ୍ରରେ ରହିଛି ବ୍ୟାପକ ସମ୍ଭାବନା । ୨୦୨୯ ବେଳକୁ ଭାରତ ବିଶ୍ୱର ୧ ନମ୍ବର ଅଟୋମୋବାଇଲ ବଜାର ହେବ ବୋଲି କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି । 

ଦେଶର ଭିତ୍ତିଭୂମି ବିକାଶ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରିଛନ୍ତି । ବଜେଟ୍‌ରେ ପୁଞ୍ଜି ବ୍ୟୟକୁ ଦିଆଯାଉଛି ସର୍ବୋଚ୍ଚ ପ୍ରାଥମିକତା । ବିଶ୍ୱ ସ୍ତରୀୟ ସଡ଼କ ନେଟ୍‌ୱର୍କ, ବିକଳ୍ପ ଇନ୍ଧନ ସହ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଉପରେ ସରକାର ଲଗାତାର କାମ କରୁଛନ୍ତି । ଏହା ଅଟୋମୋବାଇଲ ଶିଳ୍ପ ଉପରେ ଭଲ ପ୍ରଭାବ ପକାଉଛି ବୋଲି ଗଡକରି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.