ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଆଉ ନାହାନ୍ତି ଗଜଲ ଗାୟକ ପଙ୍କଜ ଉଧାସ, ୭୨ ବର୍ଷ ବୟସରେ ପ୍ରସିଦ୍ଧ ସିଙ୍ଗରଙ୍କ ପରଲୋକ

ମୁମ୍ୱାଇ : ମନୋରଞ୍ଜନ ଦୁନିଆରୁ ଆସିଲା ଦୁଃଖଦ ଖବର। ପ୍ରସିଦ୍ଧ ଗଜଲ ଗାୟକ ତଥା ବଲିଉଡ୍‌ ସିଙ୍ଗର ପଙ୍କଜ ଉଧାସଙ୍କର ପରଲୋକ ହୋଇଛି। ୭୨ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପଙ୍କଜଙ୍କ ଝିଅ ନାୟାବ ଉଧାସ ସିଙ୍ଗରର ମୃତ୍ୟୁ ଖବର ସେୟାର କରିଛନ୍ତି। ସିଙ୍ଗରଙ୍କ ଝିଅ ନାୟାବ ଉଧାସ ପୋଷ୍ଟରେ ଲେଖିଛନ୍ତି- ବହୁତ ଦୁଃଖର ସହ ଆମେ ଏହା ଆପଣଙ୍କୁ କହିବାକୁ ପଡ଼ୁଛି କି , ପଦ୍ମଶ୍ରୀ ପଙ୍କଜ ଉଧାସଙ୍କର ୨୬ ଫେବ୍ରୁଆରୀ ୨୦୨୪ରେ ନିଧନ ହୋଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ୧୦ ଦିନ ପୂର୍ବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାର କରାଯିବ। 


ଏହି ଖବର ଜଣାପଡ଼ିଲା ପରେ ମ୍ୟୁଜିକ ଜଗତରେ ଶୋକର ଛାୟା ଖେଳି ଯାଇଛି। ପଙ୍କଜଙ୍କ ଭଳି ଗଜଲ ଗାୟକଙ୍କ ଏମିତି ଦୁନିଆ ଛାଡ଼ି ଚାଲିଯିବା ପ୍ରଶଂସକଙ୍କୁ ଖୁବ୍ ମର୍ମାହତ କରିଛି। ଯେକେହି ସୋସିଆଲ ମିଡ଼ିଆରେ ଲୁହ ଭିଜା ଆଖିରେ ଏହି ଲୋକପ୍ରିୟ ଗଜଲ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। 

ପଙ୍କଜ ଉଧାସଙ୍କ ପିଆର କହିଛନ୍ତି କି, ସିଙ୍ଗରଙ୍କର ନିଧନ ୨୬ ଫେବ୍ରୁଆରୀ ସକାଳେ ସମୟ ପାଖାପାଖି ୧୧ଟାରେ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ହୋଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ଅନେକ ଦିନରୁ ତାଙ୍କର ସ୍ୱାସ୍ଥ୍ୟ ଭଲ ନଥିଲା । 

ଅନ୍ୟପଟେ ପଙ୍କଜ ଉଧାସଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି। ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ଶଙ୍କର ମହାଦେବନ ଖୁବ୍‌ ଦୁଃଖ ପ୍ରକାଶ କରି କହିଛନ୍ତି ,ପଙ୍କଜଙ୍କର ଯିବା ମ୍ୟୁଜିକ ଜଗତ ପାଇ ବଡ଼ କ୍ଷତିର କଥା । ଯାହାର କେବେ ପୂରଣ ହୋଇ ପାରିବ ନାହିଁ । ସୋନୁ ନିଗମ ମଧ୍ୟ ପଙ୍କଜ ଉଧାସଙ୍କର ନିଧନରେ ଇମୋସନାଲ ପୋଷ୍ଟ ଲେଖିଛନ୍ତି। 


ଉଲ୍ଲେଖନୀୟ ଯେ, ପଙ୍କଜ ଉଧାସଙ୍କ ମ୍ୟୁଜିକ କ୍ୟାରିୟର ଆରମ୍ଭ ୬ ବର୍ଷ ବୟସରେ ହୋଇଥିଲା। ତାଙ୍କ ଘରେ ସଙ୍ଗୀତର ମାହୋଲ ଥିଲା । ଏହାକୁ ଦେଖି ସେ ମଧ୍ୟ ସଂଗୀତ ଦୁନିଆ ପ୍ରତି ଆକୃଷ୍ଟ ହୋଇଥିଲେ। ଆଉ ସବୁଦିନ ପାଇଁ ସଂଗୀତରେ ନିଜକୁ ହଜେଇ ଦେଇଥିଲେ। ପଙ୍କଜ ଉଧାସ କହିଥିଲେ ସଙ୍ଗୀତର ପ୍ରଥମ ଏକ୍ସପୋଜର ସ୍କୁଲରେ ପ୍ରାର୍ଥନା କରିବାରେ ଆରମ୍ଭ ହୋଇଥିଲା। 

୧୯୮୦ ମସିହାରେ ପଙ୍କଜଙ୍କର ଆସିଥିଲା ପ୍ରଥମ ଆଲବମ୍‌ ଆହଟ । ଏଥିରେ  ଅନେକ ଗଜଲ ସେ ଗାଇଥିଲେ । ସେ ନିଜର ଗଜଲ ଗାୟକୀର ସ୍ୱତନତ୍‌ର ଶୈଳୀଙ୍କୁ ନେଇ ପ୍ରସିଦ୍ଧ ହୋଇଛନ୍ତି । ତାଙ୍କର ପ୍ରସିଦ୍ଧ ଓ ଲୋକପ୍ରିୟ ଗୀତ ମଧ୍ୟରେ ଜିଏଁ ତୋ ଜିଏଁ କୈସେ ବିନ୍‌ ଆପକେ…, ଚିଠି ଆଇ ହୈ …, ଚାନ୍ଦୀ ଜୈସା ରଙ୍ଗ ହୈ ତେରା , ସୋନେ ଜୈସେ ବାଲ୍‌…, ନା କଜରେ କି ଧାର,  ନା ମୋତିୟୋ କେ ହାର୍‌…, ସାମିଲ ରହିଛି। 

ସିଙ୍ଗରଙ୍କ ଜନ୍ମ ୧୭ ମଇ ୧୯୫୧ରେ ଗୁଜରାଟର ଜିତପୁରରେ ହୋଇଥିଲା। ତାଙ୍କର ପିତା କୃଷକ ଥିଲେ। ଦୁଇ ଭାଇ ମଧ୍ୟ ସିଙ୍ଗର ଥିଲେ। ପଙ୍କଜ ବହୁତ ସିମ୍ପଲ ଲାଇଫ୍‌ ବିତାଉ ଥିଲେ। ୨୦୦୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ। ପର୍ସନାଲ ଲାଇଫ୍‌ର କଥା ଯଦି କହିବା ତ, ପଙ୍କଜ ଫାରିଦାଙ୍କୁ ବିବାହ କରିଥିଲେ , ତାଙ୍କର ତିନି ଜଣ ଝିଅ ଅଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.