ପ୍ରମୂଖ ଖବର
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଆଜି ୪ ରାଜ୍ୟରେ ଭୋଟ ଗଣତି, ଇଭିଏମ୍‌ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ

ନୂଆଦିଲ୍ଲୀ୦୩/୧୨: ମଧ୍ୟପ୍ରଦେଶ, ଛତିଶଗଡ଼,  ରାଜସ୍ଥାନ ଓ ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ । ସକାଳ  ୭ଟାରୁ ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହେବ । କେଉଁ ଦଳ କେତେ ଆଗୁଆ କିମ୍ବା  ପଛୁଆ ତାହା ଉପରେ ଦେଶବାସୀଙ୍କର ଅହରହ ନଜର ରହିବ । ମଧ୍ୟାହ୍ନ ସୁଦ୍ଧା ଚିତ୍ର  ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି । ବିଭିନ୍ନ ଏଜେନ୍ସି କରିଥିବା ଏକ୍‌ଜିଟ୍‌ ପୋଲ୍‌ ବା  ବୁଥବାହୁଡ଼ା ଆକଳନ ସବୁ ରାଜ୍ୟରେ କଡ଼ା ମୁକାବିଲା ହେବା ନେଇ ଦର୍ଶାଇଥିଲା ।  ମିଜୋରାମରେ ଦିନକ ପରେ ଅର୍ଥାତ୍‌ ସୋମବାର ଭୋଟ୍‌ ଫଳ ପ୍ରକାଶ ପାଇବ ।  ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଏହି ୫ଟି ରାଜ୍ୟର ଜନାଦେଶ  ବିଜେପି, କଂଗ୍ରେସ ସମେତ ପ୍ରମୁଖ ଆଞ୍ଚଳିକ ଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରେ । 

ଖବର ମୁତାବକ, ରବିବାର ସକାଳ  ୮ଟାରୁ ସରକାରୀ କର୍ମଚାରୀ, ବରିଷ୍ଠ  ନାଗରିକ ଏବଂ ଭିନ୍ନକ୍ଷମ ଭୋଟରଙ୍କ  ପୋଷ୍ଟାଲ ବ୍ୟାଲଟ୍‌ର ଗଣତି ଆରମ୍ଭ  କରାଯିବ । ଏହା ଶେଷ ହେବା ପରେ ଅନ୍ୟ ଭୋଟ୍‌ଗୁଡ଼ିକୁ ଗଣାଯିବ । ଏଥିପାଇଁ  ସମସ୍ତ ବ୍ୟବସ୍ଥା ସରିଛି । ପ୍ରମୁଖ ସ୍ଥାନରେ ସୁରକ୍ଷା ବି ବଢ଼ାଯାଇଛି । ୫ ରାଜ୍ୟରେ  ନଭେମ୍ବର ୭ରୁ ୩୦ ପର୍ଯ୍ୟନ୍ତ ମତଦାନ ହୋଇଥିଲା । ନଭେମ୍ବର ୭ରେ ମିଜୋରାମରେ  ମତଦାନ ହୋଇଥିଲା ବେଳେ ଛତିଶଗଡ଼ରେ ନଭେମ୍ବର ୭ ଓ ୩୦ରେ ଦୁଇଟି  ପର୍ଯ୍ୟାୟରେ ଭୋଟିଂ ହୋଇଥିଲା । 

ସେହିଭଳି ନଭେମ୍ବର ୧୭ରେ ମଧ୍ୟପ୍ରଦେଶ,  ରାଜସ୍ଥାନରେ ୨୫ ଓ ତେଲଙ୍ଗାନାରେ ୩୦ରେ ମତଦାନ ଅନୁଷ୍ଠିତ ହୋଇଥିଲା । ଭୋଟ୍‌ ଫଳ ଜାଣିବା ପାଇଁ ନିର୍ବାଚନ କମିଶନଙ୍କ ଅଫିସିଆଲ୍‌ ୱେବ୍‌ସାଇଟ୍‌,  ବିଭିନ୍ନ ନ୍ୟୁଜ ଚ୍ୟାନେଲ୍‌ ଏବଂ ଉତ୍ସର୍ଗୀକୃତ ଇଲେକ୍ସନ୍‌ ରେଜଲ୍ଟ ପୋର୍ଟାଲ୍‌ ଉପରେ  ନଜର ରଖାଯାଇ ପାରିବ । ନଭେମ୍ବର ୩୦ରେ ଆସିଥିବା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ  ଅନୁସାରେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ଏବଂ ଛତିଶଗଡ଼ ଓ ତେଲଙ୍ଗାନାରେ  କଂଗ୍ରେସ ସରକାର ଆସିବା ନେଇ କୁହାଯାଇଛି । ମିଜୋରାମରେ ଝୁଲା ବିଧାନସଭା  ନେଇ ଅନୁମାନ ଲଗାଯାଇଛି । ୮ ପ୍ରମୁଖ ସଂସ୍ଥା ଏବଂ ସର୍ଭେ ଏଜେନ୍ସିଙ୍କ ରିପୋର୍ଟକୁ  ଆଧାର କରି ଏହା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.