ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କଳିଙ୍ଗ ଷ୍ଟାଡିୟମ୍‌ରେ ଫୁଟବଲ୍‌ ମ୍ୟାଚ୍‌, ଜଳଖିଆ ଦେଇ ଛାତ୍ରଛାତ୍ରୀଙ୍କୁ ଡାକିଛି ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର, ୧୪/୦୯: ଶନିବାର  କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ  ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ମ୍ୟାଚ୍‌ । ଏହାକୁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଉଦ୍‌ଘାଟନ କରିବେ ।  ଓଡ଼ିଶା ଏଫ୍‌ସି ବନାମ ଚେନ୍ନାଇ ଏଫ୍‌ସି  ରହିଛି । ଏହି ମ୍ୟାଚ୍‌ ଦେଖିବେ କଲେଜ  ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ । ଏନେଇ  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା  କରାଯାଇଛି । କଳିଙ୍ଗ ଷ୍ଟାଡିୟମ୍‌କୁ  ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରିବା ପାଇଁ ସ୍ୱତନ୍ତ୍ର ବସ୍‌ ବ୍ୟବସ୍ଥା ସହ ଜଳଖିଆ ବ୍ୟବସ୍ଥା ମଧ୍ୟ କରାଯାଇଛି ।  ଭୁବନେଶ୍ୱର ଓ କଟକର ୩୦ଟି  ସରକାରୀ ଓ ଘରୋଇ ଉଚ୍ଚଶିକ୍ଷାନୁଷ୍ଠାନର  ଛାତ୍ରଛାତ୍ରୀମାନେ ଯୋଗ ଦେବେ ।  

ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ  ମହିଳା ବିଶ୍ୱବିଦ୍ୟାଳୟ, ଓୟୁଏଟି, ସୋଆ, କିଟ୍‌, କିସ୍‌, ସେଞ୍ଚୁରିଆନ୍‌, ବିର୍ଲା  ଗ୍ଲୋବାଲ, ଏକ୍ସଆଇଏମ୍‌, ଏଏସ୍‌ବିଏମ୍‌  ଆଦିରୁ ୧୫୦ ଲେଖାଏଁ ଛାତ୍ରଛାତ୍ରୀ ଯୋଗ ଦେବେ । ବିଜେବି କଲେଜ, କମଳା  ନେହେରୁ ସତ୍ୟ ସାଇ ମହିଳା କଲେଜ, ମହର୍ଷି ମହିଳା କଲେଜ, ସିଟି ମହିଳା  କଲେଜ, ଦେବରାୟ କଲେଜ, ରାଜଧାନୀ  କଲେଜ, କଟକ କେଭିଆର୍‌ କଲେଜ,  ମହର୍ଷି କଲେଜ, ଏକାମ୍ର କଲେଜ, ବିଜୁ  ପଟ୍ଟନାୟକ କଲେଜ, ବେସିକ୍‌ ସାଇନ୍ସ  କଲେଜ, ରାଜା ମଧୁସୂଦନ ଦେବ ଡିଗ୍ରୀ  କଲେଜ ଆଦିରୁ ଶହେ ଲେଖାଏଁ ଛାତ୍ରଛାତ୍ରୀ  ଯୋଗ ଦେବେ । ମୋଟ ୩୫୦୦ ଶିକ୍ଷାର୍ଥୀ  ଏହି ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖିବେ । ପିଲାଙ୍କୁ  ସଂଯୋଜକ କରିବା ପାଇଁ ବିଭାଗର ବରିଷ୍ଠ  ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।  କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ପକ୍ଷରୁ  ପିଲାଙ୍କୁ ଆଣିବା ପାଇଁ ଉଚ୍ଚଶିକ୍ଷା ବିଭାଗକୁ କୁହାଯାଇଥିଲା । କଲେଜ୍‌ ଓ ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ୫୦ ଟଙ୍କିଆ  ଜଳଖିଆ ପ୍ୟାକେଟ୍‌ ଯୋଗାଇଦେବେ ।  ପରେ କଲେଜ୍‌ କର୍ତ୍ତୃପକ୍ଷ ବିଭାଗ  ନିକଟରେ ବିଲ୍‌ ଦେଲେ ତାହାର ଦେୟ  ପାଇବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.