ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ନିର୍ବାଚନ ପୂର୍ବରୁ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେପି

Image Courtey: abplive

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବତନ ଆମେଥି ସାଂସଦ ସ୍ମୃତି ଇରାନୀ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି । ସେ ରାଜଧାନୀରେ ଦଳର ସଦସ୍ୟତା ଅଭିଯାନ ସହ ଜଡିତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି । ତାଙ୍କୁ ଦିଲ୍ଲୀର ୧୪ଟି ଜିଲା ୟୁନିଟ ମଧ୍ୟରୁ ୭ଟିରେ ସଦସ୍ୟତା ଅଭିଯାନର ତଦାରଖ ଦାୟିତ୍ୱ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ସ୍ମୃତି ଇରାନୀ ଦକ୍ଷିଣ ଦିଲ୍ଲୀରେ ଏକ ଘର କିଣିଛନ୍ତି, ଯାହା ଦିଲ୍ଲୀରେ ପାର୍ଟି କାର୍ଯ୍ୟକଳାପରେ ତାଙ୍କର ଯୋଗଦାନକୁ ଦର୍ଶାଉଛି।

ବିଜେପିର ଜଣେ ନେତାଙ୍କ ଅନୁସାରେ, ଆଗାମୀ ଦିନରେ ଯଦି ମୁଖ୍ୟମନ୍ତ୍ରୀ ଚେହେରା ସହ ନିର୍ବାଚନ ଲଢ଼ିବା ଉପରେ ବିଚାର କରାଯାଏ ତେବେ ଉପଯୁକ୍ତ ପ୍ରାର୍ଥୀ କିଏ ହେବେ ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ । ଏଭଳି ସ୍ଥିତିରେ ସ୍ମୃତି ଇରାନୀଙ୍କ ସହ ସାଂସଦ ମନୋଜ ତିୱାରୀ ଏବଂ ବାଂଶୁରୀ ସ୍ବରାଜ, ଦିଲ୍ଲୀ ୟୁନିଟର ବିଜେପି ସଭାପତି ବିରେନ୍ଦ୍ର ସଚ୍ଚଦେବ ଏବଂ ପଶ୍ଚିମ ଦିଲ୍ଲୀର ପୂର୍ବତନ ଏମ୍‌ପି ପ୍ରଭେଶ ବର୍ମା ଏହି ଭୂମିକା ପାଇଁ ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇପାରନ୍ତି ବୋଲି ସେ କହିଛନ୍ତି ।

୨୦୧୫ ବିଧାନସଭା ନିର୍ବାଚନରେ କିରଣ ବେଦୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ବିଜେପି ମୈଦାନକୁ ଓହ୍ଲାଇଥିଲା । ଏହି ସମୟ ମଧ୍ୟରେ ଦଳର ପ୍ରଦର୍ଶନ ବିଶେଷ ଭଲ ହୋନଥିଲା । ୨୦୨୦ ବିଧାନସଭା ନିର୍ବାଚନରେ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରି ଦଳ ପ୍ରତିଦ୍ୱନ୍ଦିତା କରିଥିଲା । ୭୦ଟି ମଧ୍ୟରୁ ବିଜେପି ୮ଟି ଆସନରେ ଜିତିବାରେ ସଫଳ ହୋଇଥିବା ବେଳେ ଆପ୍‌ ଅବଶିଷ୍ଟ ଆସନ ଜିତିଥିଲା । ତେଣୁ କିଛି ନେତାଙ୍କ ଅନୁସାରେ, କେବଳ ଗୋଟିଏ ଚେହେରା ଉପରେ ଭରସା କରି ବିଜେପି ନିର୍ବାଚନ ଲଢ଼ିବା ଠିକ ହେବ ନାହିଁ । ଦଳ ପକ୍ଷରୁ ଏହା ଉପରେ ବିଚାର କରାଯାଉଛି । ଖୁବଶୀଘ୍ର ଦଳର ହାଇକମାଣ୍ଡ ଏନେଇ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.