ପ୍ରମୂଖ ଖବର

୫ ରାଜ୍ୟରେ କେଉଁ ଦଳ ଗଢ଼ିବ ସରକାର ? ଏଥର ଏକ ଘଣ୍ଟା ପୂର୍ବରୁ ଜାଣିହେବ ଫଳାଫଳ

Image Courtesy: abplive

ନୂଆଦିଲ୍ଲୀ: ତେଲେଙ୍ଗାନା ଲାଗି ମତଦାନ ଶେଷ ହେବା ସହ ୫ ରାଜ୍ୟର ନିର୍ବାଚନ ଶେଷ ହୋଇଯିବ । ଆଉ ଏହା ପରେ ଏକଜିଟ୍‌ ପୋଲ୍‌ର ଫଳାଫଳ ଆସିବ । ୫ ରାଜ୍ୟରେ କେଉଁ ଦଳ ଉପରେ ଲୋକେ ଭରସା କରିଛନ୍ତି ଏବଂ କେଉଁ ଦଳର ଭାଗ୍ୟ କଣ ହେବ ତାହା ଜଣାପଡ଼ିବ । ହେଲେ ଏହା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବଡ଼ ଖବର ମିଳିଛି। ତେବେ ଆଜି ସନ୍ଧ୍ୟା ୫.୩୦ରୁ ଏକଜିଟ୍‌ ପୋଲ୍‌ ଫଳାଫଳ ଦେଖାଇପାରିବେ ଗଣମାଧ୍ୟମ । 

 ଏହା ପୂର୍ବରୁ ନିର୍ବାଚନ ଆୟୋଗ ମତଦାନ ଆରମ୍ଭ ତାରିଖ ୭ ନଭେମ୍ବରୁ ୩୦ ନଭେମ୍ବରରୁ ସନ୍ଧ୍ୟା ୬.୩୦ ଯାଏଁ ଏକଜିଟ୍‌ ପୋଲ ଉପରେ ରୋକ ଲଗାଇଥିଲେ । ହେଲେ ଆଜି ଏକ ଘଣ୍ଟା ପୂର୍ବରୁ ଦେଶବାସୀଙ୍କ ସାମ୍ନାକୁ ଆସିବ ଏକଜିଟ୍‌ ପୋଲ୍‌ ଫଳାଫଳ । ଗୁରୁବାର (ନଭେମ୍ବର ୩୦) ସନ୍ଧ୍ୟା ୫.୩୦ରୁ ତମାମ ଗଣମାଧ୍ୟମରେ ଏକଜିଟ୍‌ ପୋଲ ସଂପର୍କିତ ଖବର ପ୍ରସାରଣ ହେବ । 




ଏହା ଦ୍ବାରା ୫ ରାଜ୍ୟରେ ଲଢ଼ୁଥିବା ଦଳଗୁଡ଼ିକର ସମ୍ଭାବ୍ୟ ବିଜୟ ତାଲିକା ଦେଖିପାରିବେ ଲୋକେ । ତେବେ ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ରାଜସ୍ଥାନ ଏବଂ ତେଲେଙ୍ଗାନାର ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୩ରେ ଘୋଷଣା ହେବ । ସେପଟେ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ଏକଜିଟ୍‌ ପୋଲ ଉପରେ ନିର୍ବାଚନ ଆୟୋଗ ରୋକ ଲଗାଇବା ପଛରେ କାରଣ ରହିଛି । 

ନିର୍ବାଚନ ଜାରି ଥିବା ବେଳେ ଏକଜିଟ ପୋଲ ଆସିଲେ ମତଦାନ ପ୍ରଭାବିତ ହୋଇପାରେ । ତେବେ ଏକଜିଟ ପୋଲର ଆକଳନ ସବୁବେଳେ ସଠିକ ହୋଇନଥାଏ ।   

  • assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.