ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବିଜେପିରେ ସାମିଲ, ପତ୍ନୀ ରିଭାବା ଦେଲେ ସୂଚନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜା ନୂଆ ଇନିଂସ୍‌ ଆରମ୍ଭ କରିଛନ୍ତି ।   ଟି-୨୦ରୁ ଅବସର ଘୋଷଣା କରିଥିବା ଷ୍ଟାର ଅଲରାଉଣ୍ଡର ଏବେ ରାଜନୀତିରେ ପାଦ ଥାପିଛନ୍ତି । ବିଜେପିରେ ସାମିଲ ହୋଇଛନ୍ତି ରବୀନ୍ଦ୍ର ଜାଡେଜା । ଏନେଇ ତାଙ୍କ ପତ୍ନୀ ଏବଂ ବିଜେପି ବିଧାୟିକା ରିଭାବା ଜାଡେଜା  ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହା ସହ ଜାଡେଜାଙ୍କ ସହ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି ରିଭାବା । ଏପରିକି ସେ ତାଙ୍କର ଓ ଜାଡେଜାଙ୍କ ବିଜେପିର ସଦସ୍ୟତା କାର୍ଡ ଶେୟାର କରିଛନ୍ତି ।  




ସେପଟେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପିର ସଦସ୍ୟତା ଗ୍ରହଣ ପର୍ବ ଆରମ୍ଭ କରିଛନ୍ତି । ସେପ୍ଟେମ୍ବର ୨ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ସଦସ୍ୟତା ଗ୍ରହଣ କରିଛନ୍ତି । ହା ପରେ ସାରା ଦେଶରେ ନେତାଙ୍କ ପାଖରୁ ସାଧରଣ ଜନତା ବିଜେପିର ସଦସ୍ୟତା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ରିଭାବା ୨୦୨୯ରେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ୨୦୨୨ରେ ଦଳ ଜାମନଗରରୁ ପ୍ରାର୍ଥୀ କରିଥିଲା । ସେ ଆପ ପ୍ରାର୍ଥୀ କାର୍ଶନଭାଇ କାର୍ମୁରଙ୍କୁ ହରାଇ ଐତିହାସିକ ବିଜୟ ହାସଲ କରିଥିଲେ ।

ସୂଚନାଯୋଗ୍ୟ, ଗତ ଜୁନରେ ଟି-୨୦ ଅନ୍ତର୍ଜାତୀୟ ବିଶ୍ବକପ୍‌ରେ ଭାରତର ଐତିହାସିକ ବିଜୟ ପରେ ୩୫ ବର୍ଷୀୟ ଜାଡେଜା ଟି-୨୦ରୁ ଅବସର ଘୋଷଣା କରିଥିଲେ ।  

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.