ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଓଡ଼ିଶାରେ ବିଜେପିର ସଦସ୍ୟତା ଅଭିଯାନ, ମୋବାଇଲ ନମ୍ବରରେ ମିସ୍‌ଡକଲ୍ ଦେଲେ ହେବେ ସଦସ୍ୟ

ଭୁବନେଶ୍ୱର, ୦୩/୦୯ : ମଙ୍ଗଳବାର ରାଜ୍ୟରେ ସଦସ୍ୟତା ଅଭିଯାନ ଆରମ୍ଭ କରିବ ବିଜେପି । ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ବିଶାଳ ସାମୂହିକ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ । ଏଥିରେ କୋଟିଏ ଲୋକଙ୍କୁ ଯୋଡ଼ିବାକୁ ଯୋଜନା ହୋଇଛି । ସଦସ୍ୟତା ଅଭିଯାନ ଜରିଆରେ ପଞ୍ଚାୟତ ଓ ବ୍ଲକ୍‌ ସ୍ତରରେ ସଂଗଠନକୁ ବଳୁଆ କରିବାକୁ ଦଳ ରଣନୀତି କରିଛି । ଏଥିପାଇଁ ବୁଥ୍‌ସ୍ତରରେ କମିଟି ଗଢ଼ି କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେଇଛି ଦଳ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜେପିର ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବା ସହ ନିଜେ ସଦସ୍ୟତା ଗ୍ରହଣ କରଥିଲେ । 

ମଙ୍ଗଳବାର ରାଜ୍ୟରେ ଏହି ଅଭିଯାନ ଆରମ୍ଭ ହେବ । ୮୮୦୦୦୦୨୦୨୪ ନମ୍ବରକୁ ମିସଡ୍‌ କଲ ଦେଇ ସଦସ୍ୟ ହୋଇପାରିବେ । କ୍ୟୁଆର ସ୍କାନର କୋଡ୍‌କୁ ସ୍କାନ୍‌ କରି ଓ ନମୋ ଆପସ୍‌କୁ ଯାଇ ନୂଆ ସଦସ୍ୟ ଭାବେ ଯୋଡ଼ି ହେବେ । ଅଫଲାଇନରେ ଫର୍ମ ପୂରଣ କରି ମଧ୍ୟ ସଦସ୍ୟ ହୋଇପାରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ସଦସ୍ୟତା ଅଭିଯାନ ଜରିଆରେ ତୃଣମୂଳସ୍ତରରେ ନିଜ ସଂଗଠନକୁ ଅଧିକ ମଜବୁତ୍‌ କରିବାକୁ ଦଳ ଯୋଜନା କରିଛି । କାର୍ଯ୍ୟକର୍ତ୍ତାମାନେ ଗାଁରୁ ଗାଁ ଓ ସହର ବୁଲି ଲୋକଙ୍କୁ ଦଳ ସହିତ ଯୋଡ଼ିବେ । ଗାଁରେ ଘର ଘର ବୁଲି ଲୋକଙ୍କୁ ନୂଆ ସଦସ୍ୟ ଭାବେ ଯୋଡ଼ିବେ । ସୁଭଦ୍ରା ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବେ । ଏହି ଯୋଜନା ଜରିଆରେ ମହିଳାଙ୍କ ସହ ଯୋଡ଼ି ହେବାକୁ ଦଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ସୋମବାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀରେ ସଦସ୍ୟତା ଅଭିଯାନ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛନ୍ତି । ସବୁ କାର୍ଯ୍ୟକର୍ତ୍ତା ଘରକୁ ଘର ଯାଇ ସଦସ୍ୟତା ଅଭିଯାନକୁ ସଫଳ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀମାନେ ଯୋଗ ଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.