ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ହରିୟାଣାରେ କଂଗ୍ରେସକୁ ମେଣ୍ଟ ଟେନସନ୍‌, ୨୦ ଆସନ ଦାବି କଲା ଆପ୍‌ !

Image Courtesy: indiatoday

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ବଡ଼ ଆହ୍ବାନ ସୃଷ୍ଟି ହୋଇଛି   । ଆସନ ବୁଝାମଣାକୁ ନେଇ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ  ଛକାପଞ୍ଝା ଲାଗି ରହିଛି । ଆପ ୨୦ଟି ଆସନ ଦାବି କରୁଥିବା ବେଳେ କଂଗ୍ରେସ ଏଥିରେ ରାଜି ନାହିଁ । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ପ୍ରଥମ ବୈଠକରେ ଆପ୍‌ର ବିଦ୍ରୋହ କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ସୂତ୍ର ଆଧାରରେ ସୂଚନା ମିଳିଛି । ହରିୟାଣାରେ ଶାସକ ବିଜେପିକୁ ମାତ ଦେବାକୁ କଂଗ୍ରେସ ପାଇଁ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ଥିଲା । ସହଯୋଗୀ ଦଳଗୁଡ଼ିକ ନିଜ ନିଜର ଏଜେଣ୍ଡା ପାଇଁ କଂଗ୍ରେସର ଫର୍ମୁଲାରେ ରାଜି ହେଉନଥିବା କୁହାଯାଉଛି ।  

ବିଜେପିକୁ ମାତ ଦେଇ ହରିୟାଣାରେ ସରକାର ଗଢ଼ିବାକୁ ବେଶ ଆଶାବାଦୀ କଂଗ୍ରେସ । ଏଭଳି ସ୍ଥିତିରେ ନିଜର ସହଯୋଗୀ ଦଳଙ୍କୁ କେତୋଟି ଆସନରେ ଲଢ଼ିବା ପାଇଁ ଦିଆଯିବ ସେନେଇ କଂଗ୍ରେସ ନିଷ୍ପତ୍ତି ନେଉଛି । ହେଲେ ଏଭଳି ସ୍ଥିତିରେ ଆପ୍‌ ୨୦ଟି ଆସନ ଦାବି କରୁଥିବା ଜଣାପଡ଼ିଛି ।  ଗତ ଲୋକସଭା ନିର୍ବାଚନରେ ସଫଳତାକୁ ଦେଖି ଆପ୍‌ ବିଧାନସଭା ନିର୍ବାଚନରେ ୨୦ଟି ଆସନରେ ଲଢ଼ିବ ବୋଲି ଦାବି କରୁଛି । ସେପଟେ ଇଣ୍ଡି ମେଣ୍ଟରେ ଉଭୟ କଂଗ୍ରେସ ଏବଂ ଆପ୍‌ ସହଯୋଗୀ ହୋଇଥିବା ବେଳେ ଏହି ମେଣ୍ଟ ଜାତୀୟସ୍ତରରେ କାର୍ଯ୍ୟ କରୁଛି । କିନ୍ତୁ ରାଜ୍ୟ ନିର୍ବାଚନରେ ସହଯୋଗୀଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳୁଛି ।  ଏସବୁ ବିବାଦ ସତ୍ତ୍ବେ କଂଗ୍ରେସ ନେତା ବିଶେଷ କରି ରାହୁଲ ଗାନ୍ଧୀ ଆପ୍‌  ସହ ଏକ ଦୂରଦର୍ଶୀ ମେଣ୍ଟ କରିବାକୁ ଇଚ୍ଛା ରଖିଛନ୍ତି । 

ଏଭଳି ସ୍ଥିତିରେ ଆପ୍‌ର ଦାବିକୁ ନଜରରେ ରଖି ଅଧିକ ସିଟ୍‌ ଦେବାକୁ ନିଷ୍ପତ୍ତି ନେଇପାରେ କଂଗ୍ରେସ ।  ସେପଟେ ଏହା ପୂର୍ବରୁ ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ଏବଂ ଆପ୍‌ ମଧ୍ୟରେ ମେଣ୍ଟ ସଫଳ ହୋଇପାରି ନଥିଲା । ତେବେ ହରିୟାଣାରେ ଆପ୍‌ ୨୦ ଆସନ ଦାବି କରୁଥିବା ବେଳେ କଂଗ୍ରେସ ଏହାକୁ ୨ କିମ୍ବା ୩ଟି ଆସନ କମାଇ ଅଫର କରିପାରେ ।  ସେହିଭଳି ସମାଜବାଦୀ ପାର୍ଟିକୁ ମଧ୍ୟ କଂଗ୍ରେସ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବ । ଏସବୁ ଭିତରେ, ହରିୟାଣାରେ ଆପ୍‌ ସହ ନିର୍ବାଚନ ଲଢ଼ିବାକୁ ରାହୁଲ ଗାନ୍ଧୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇଛନ୍ତି ଆପ୍‌ ସାଂସଦ ସଂଜୟ ସିଂହ ।   ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି ।  ୯୦ ଆସନ ବିଶିଷ୍ଟ ହରିୟାଣାରେ ଅକ୍ଟୋବର ୫ରେ ନିର୍ବାଚନ ହେବ । ଅକ୍ଟୋବର ୯ରେ ଫଳାଫଳ ପ୍ରକାଶ ପାଇବ ।  

  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.