ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିପର୍ଯ୍ୟସ୍ତ ସ୍ଥିତି, ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାଁନ୍ତି ଫେଡ଼ାଣ ହରଣ

Published By : Rasmita Pradhan | February 14, 2025 2:39 PM

ଭୁବନେଶ୍ଵର, ୧୪/୦୨ : ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିପର୍ଯ୍ୟସ୍ତ ସ୍ଥିତି। ୪୧୨ ପ୍ରାଥମିକ ସ୍କୁଲ, ୧୧୫ ଉଚ୍ଚ ପ୍ରାଥମିକ ସ୍କୁଲ, ୨୫ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ନାହିଁ ଶୌଚାଳୟ। ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାଁନ୍ତି ଫେଡ଼ାଣ ହରଣ। ୬୮.୫ ପ୍ରତିଶତ ପିଲା ଫେଡ଼ାଣ ଜାଣି ନଥିବା ବେଳେ ୪୫.୮ ପ୍ରତିଶତ ପିଲା ହରଣ ଜାଣି ନାହାଁନ୍ତି। ଏହି ସଂଖ୍ୟା ପ୍ରତି ବର୍ଷ ବଢି ବଢି ଚାଲିଛି। 

ସୂଚନାନୁଯାୟୀ, ୨୦୧୪ ରେ ୬୩.୪ ପ୍ରତିଶତ ପିଲା ଫେଡାଣ ଜାଣି ନଥିଲେ। ୨୦୨୪ରେ ଏହି ସଂଖ୍ୟାରେ ବୃଦ୍ଧି ଘଟି ୬୯.୫ ପ୍ରତିଶତରେ ପହଞ୍ଚିଛି। ସେହିପରି ୨୦୧୪ ରେ ୩୭.୯ ପ୍ରତିଶତ ପିଲା ହରଣ ଜାଣି ନଥିବା ବେଳେ ୨୦୨୪ ରେ ତାହା ବଢିକି ୪୫.୮ ପ୍ରତିଶତରେ ପହଁଚିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୭୨୪ଟି ବାଳିକା ଶୌଚାଳୟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି।

ଶିକ୍ଷକ ଏବଂ ଅଧ୍ୟାପକ ଆନ୍ଦୋଳନ ନେଇ ଗଣଶିକ୍ଷା ମନ୍ତ୍ରୀ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ପରୀକ୍ଷାର ସମୟ। ଆନ୍ଦୋଳନକୁ ନ ଆସନ୍ତୁ। ସରକାର ସେମାନଙ୍କ କଥା ବିଚାର କରୁଛନ୍ତି। ସେମାନଙ୍କ ଦାବି ପାଇଁ କମିଟି ମଧ୍ୟ ଗଠନ ହୋଇଛି। ମୁଁ ନିବେଦନ କରୁଛି, ସେମାନେ ଆନ୍ଦୋଳନ ନ କରି ନିଜ କାର୍ଯ୍ୟ ସମ୍ପାଦନ କରନ୍ତୁ।

ଏହି ଖବରଟିକୁ ପଢନ୍ତୁ-ରାଜ୍ୟରେ ଭିକାରୀ ସଂଖ୍ୟା ୫୨୮୪ : କଟକରେ ସର୍ବାଧିକ, ପୁରୀରେ କମ୍






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.