ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଜ୍ୟରେ ଭିକାରୀ ସଂଖ୍ୟା ୫୨୮୪ : କଟକରେ ସର୍ବାଧିକ, ପୁରୀରେ କମ୍

Published By : Rasmita Pradhan | February 14, 2025 2:03 PM

ଭୁବନେଶ୍ଵର, ୧୪/୦୨ : ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ। ଏଥି ମଧ୍ୟରୁ କଟକରେ ରହିଛନ୍ତି ସର୍ବାଧିକ ହଜାରେ ୬୦ ଭିକାରୀ। ଏହାବାଦ୍‌ ବରଗଡ଼ରେ ୫୯୫, ଗଞ୍ଜାମ ଜିଲ୍ଲାରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡ଼ରେ ୪୧୭ ଭିକାରୀ ରହିଛନ୍ତି। ପୁରୀରେ ସର୍ବନିମ୍ନ ୩୫୦ ଜଣ ଭିକାରୀ ଅଛନ୍ତି। ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ପ୍ରଶ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି। 

ପୁରୀ ସହର ତଥା ଏହାର ଆଖପାଖ ଅଞ୍ଚଳରକୁ ଭିକାରି ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଳାଦ୍ରୀନିଳୟ ଯୋଜନା ଆରମ୍ଭ କରିଛି। ସେହିପରି ଭୁବନେଶ୍ୱରରେ ଏକାମ୍ର ନୀଳୟ ଅଭିଯାନ କରାଯାଇଛି। ଭିକ୍ଷୁକମୁକ୍ତ କରିବା ପାଇଁ ଯୋଜନା ହାତକୁ ନିଆଯାଇଛି। ସେମାନଙ୍କ ରହିବା, ଖାଇବା ଓ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ନିମନ୍ତେ ଆବଶ୍ୟକ ତାଲିମ ଦିଆଯାଉଛି। ଆବଶ୍ୟକସ୍ଥଳେ ସେମାନଙ୍କ ପରିବାର ସହ ଯୋଗାଯୋଗ କରି ପୁନଃ ସ୍ୱଗୃହରେ ଥଇଥାନ ବ୍ୟବସ୍ଥା କରାଯାଉଛି।

ଏହି ଖବରଟିକୁ ପଢନ୍ତୁ-ଚାଲିପାରୁନି ବିଧାନସଭା... ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.