ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଦେଶୀ ବନ୍ଧୁକ ସହ ୪ ଡ଼କାୟତ ଗିରଫ, ଲକ୍ଷାଧିକ ଟଙ୍କା ସୁନା ଓ ରୂପା ଗହଣା ଜବତ

ବରଗଡ଼,୭।୭ : ଏକ ଲୁଟ ଘଟଣାରେ ଅତାବିରା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏଥିସହ ଲୁଟେରାଙ୍କ ନିକଟରୁ ଲକ୍ଷାଧକ ଟଙ୍କା, ସୁନା ଓ ରୁପା ଅଳଙ୍କାର ଜବତ କରିଛି। ଅଭିଯୁକ୍ତମାନେ ବଲାଙ୍ଗୀର ଜିଲା ସାଇଁତଲା ଥାନା ଅଧୀନ ଏକ ଗାଁର ଡ଼ଙ୍ଗରା ମୁଣ୍ଡା ଓ ବନାରସ ଗାଁର ଇନ୍ଦ୍ର ଭୋଇ ,ଚିତନ୍ୟ ପୁଟାର ଲଳିତ ସାହୁ ଓ ଡୋଲେଶ୍ୱର ସାହୁ।

ଗତ ଜୁନ ମାସ ୨୦ ତାରିଖ ସନ୍ଧ୍ୟାରେ ଅତାବିରାର ଏକ ନିଛାଟିଆ ସ୍ଥାନରେ ବାବେବିରା ଗାଁର ଜଣେ ଚାଷୀ   ଛାୟାକାନ୍ତ ପ୍ରଧାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ୪ ଲକ୍ଷ ୩୮ ହଜାର ୩୫୨ ଟଙ୍କା ଲୁଟିନେଇଥିଲେ ୫ ଜଣ ଦୁର୍ବୃତ୍ତ । ତେବେ ଧାନର ପ୍ରାପ୍ୟ ଟଙ୍କା ବ୍ୟାଙ୍କରୁ ଉଠାଇ ଘରକୁ ଫେରୁଥିବା ବେଳେ ଏପରି ଘଟଣା ଘଟିଥିବା ନେଇ ଅତାବିରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଛାୟାକାନ୍ତ । ଅଭିଯୋଗକୁ ଭିତ୍ତି କରି ପୋଲିସ ବରଗଡ଼ ଏସପିଙ୍କ ନିର୍ଦେଶ କ୍ରମେ ଅତାବିରା ପୋଲିସର ଦୁଇଟି ଟିମ ଗଠନ କରି ଯାଞ୍ଚ ତ୍ବରାନିତ କରିଥିଲା ।ତେବେ ଉକ୍ତ ଘଟଣାର ଦୁଇ ସପ୍ତାହ ଭିତରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ମାରିବାରେ ସକ୍ଷମ ହୋଇଛି ।

ତେବେ ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ  ଏକ ଦେଶୀ ବନ୍ଧୁକ ୫ ଟି ଜୀବନ୍ତ ଗୁଳି ସମେତ ୩ ଲକ୍ଷ ୮୦ ହଜାର ଟଙ୍କା ନଗଦ,ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ,୮ ଟି ମୋବାଇଲ ଉଦ୍ଧାର କରିବାରେ ସଫଳ ହୋଇଛି ।ସେହିଭଳି ଡ଼କାୟତିରେ ବ୍ୟବହୃତ ହୋଇଥିବା ୩ ଟି ଆପାଚି ବାଇକ ,ଗୋଟିଏ ସୁଜୁକି ସ୍କୁଟି,ଗୋଟିଏ  ହିରୋ ମୋଟରସାଇକେଲ ସହ ଅନେକ ମାରଣାସ୍ତ୍ର ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅମସ୍ତ ଅଭିଯୁକ୍ତ ବଲାଙ୍ଗୀର ଜିଲା ସାଇଁତଲା ଥାନା ଡ଼ଙ୍ଗରା ମୁଣ୍ଡା ଓ ବନାରସ ଗାଁର ଇନ୍ଦ୍ର ଭୋଇ ,ଚିତନ୍ୟ ପୁଟା ଲଳିତ ସାହୁ ଓ ଡୋଲେଶ୍ୱର ସାହୁ ବୋଲି ବରଗଡ଼ ଏସ୍ପି ପ୍ରହ୍ଲାଦ ସାହାଇ ମୀନା ସୂଚନା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.