ବରଗଡ଼,୧୯/୦୭: ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । ୫୩ ନମ୍ବର ଜାତୀୟ ରାଜପଥ ସଂୟା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ଜଣଙ୍କ ହେଉଛନ୍ତି ସୁକଦେବ ସିକା । କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ।
ସୂଚନା ଅନୁଯାୟୀ, ଅଜଣା ଗାଡି ଧକ୍କାରେ ସଂୟା ଗାଁର ସୁକଦେବ ସିକା ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ୫୩ ନମ୍ବର ଜାତୀୟ ରାଜପଥ ସଂୟା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବରଗଡ ପୋଲିସ ପହଞ୍ଚିଛି । ସେଠାରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ । ଜାତୀୟ ରାଜପଥ କଡ଼ରେ ଥିବା ବେଆଇନ ପାର୍କିଂ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ତେଣୁ ଏହାକୁ ଯଥାଶୀଘ୍ର ଖାଲି କରିବା ସହ ଆର୍ଥିକ ସହାୟତା ମଧ୍ୟ ଦାବି କରିଛନ୍ତି ଗ୍ରାମବାସୀ ।