ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ହଷ୍ଟେଲ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ପଦ୍ମପୁର,୩୧/୦୭ : ପଦ୍ମପୁର ସହରର ଅନ୍ୱେଷା ହଷ୍ଟେଲରେ ଅଘଟଣ । ବିଳମ୍ବିତ ରାତିରେ ୧୪ ବର୍ଷୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ହଷ୍ଟେଲ ଛାତରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର । ଛାତ୍ର ଜଣକ ଝାଙ୍କରପାଲି ଗାଁର ପ୍ରିନ୍ସ କୁମ୍ଭାର ।

ସୂଚନା ଅନୁଯାୟୀ, ଚୁଡାମଣି କୁମ୍ଭାରଙ୍କ ୧୪ ବର୍ଷିୟ ପୁଅ ପ୍ରିନ୍ସ କୁମ୍ଭାର । ଅନ୍ୱେଷା ହଷ୍ଟେଲରେ ରହି ପାଠ ପଢୁଥିଲେ। ସେ ମେଲଛାମୁଣ୍ଡା ଥାନା ଝାଙ୍କରପାଲି ଗାଁର ବାସିନ୍ଦା । କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ ହଷ୍ଟେଲ ପାଇଖାନାରୁ ପ୍ରିନ୍ସଙ୍କୁ ହଷ୍ଟେଲ ଛାତରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ତାଙ୍କୁ ସଙ୍ଗେସଙ୍ଗେ ପଦ୍ମପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଅନ୍ୟପଟେ ପ୍ରିନ୍ସଙ୍କ ପରିବାର ଲୋକେ ଏହି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଏଥି ସହିତ ଏହି ମୃତ୍ୟୁ ଏକ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ଗରିବ ଖଟିଖିଆ ଘରର ପିଲା ମାନେ କିଭଳି ବିନା ମୂଲ୍ୟରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପାଠ ପଢିପାରିବେ, ସରକାର ତାହାର ଯୋଜନା କରୁଛନ୍ତି । ହେଲେ ଅନ୍ୱେଷା ହଷ୍ଟେଲ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ଅବହେଳା କାରଣରୁ ବିଭିନ୍ନ ସମୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ତେବେ ହଷ୍ଟେଲର କର୍ମଚାରୀଙ୍କ ଅବହେଳା ତଥା ଦାୟିତ୍ୱ ହୀନତା ହିଁ ଏହି ମୃତ୍ୟୁର କାରଣ ବୋଲି ଅଭିଯୋଗ ହୋଇଛି । ଏପରି ସ୍ଥିତିରେ ହଷ୍ଟେଲରେ ରହୁଥିବା ପିଲାଙ୍କ ସୁରକ୍ଷାକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.