ଭୁବନେଶ୍ବର,୧୩।୨: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁକୁ ନେଇ ପ୍ରୟାଗରାଜ କୁମ୍ଭ ମେଳାକୁ ଯାଉଥିବା ବସ୍ ବିହାର ନିକଟରେ ଦୁର୍ଘଟଣାଗ୍ରସ୍ତ। ବସଟି ଏକ ଡମ୍ପରକୁ ପଛପଟୁ ଧକ୍କା ଦେବାରୁ ୩୫ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଶ୍ରଦ୍ଧାଳୁ ଗୁରୁତର ରହିଛନ୍ତି।
ଶ୍ରୀରାମଜୀ ନାମକ ଏକ ଘରୋଇ ବସ୍ ରେ ୭୦ ରୁ ଊର୍ଦ୍ଧ୍ବ ଯାତ୍ରୀ ଭୋଗରାଇରୁ ପ୍ରୟାଗରାଜ ଯାଉଥିଲେ। ବୁଧବାର ବିଳମ୍ବିତ ରାତିରେ ବିହାର ନିକଟରେ ବସଟି ଏକ ଡମ୍ପରକୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ବସର ଆଗ ପଟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୂରମାର ହୋଇଯାଇଥିଲା। ବସରେ ଥିବା ପ୍ରାୟ ୩୫ ଯାତ୍ରୀ ଆହତ ହୋଇଥିଲେ। ସମସ୍ତ ଆହତମାନଙ୍କୁ ସେଠାରେ ଏକ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।